17 Oct 2026, Sat

ୟୁନିଟ-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବଞ୍ଚିଲା ଦୁଇ ଜୀବନ!

ଜଳିଗଲା ୪୦ରୁ ଅଧିକ ଦୋକାନ । ପୋଡ଼ିଗଲା କୋଟି କୋଟି ଟଙ୍କାର ସାମଗ୍ରୀ। ଅଳ୍ପକେ ବଞ୍ଚିଲା ଦୁଇ ଜୀବନ । ଦୀର୍ଘ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଆୟତ୍ତ ହେଲା ୟୁନିଟ-୧ ହାଟ ନିଆଁ। ସୌଭାଗ୍ୟବଶତଃ କୌଣସି ଜୀବନ ହାନି ହୋଇନାହିଁ । ନିଆଁ ଆୟତ୍ତ କରିବାକୁ ୧୩ଟି ଦମକଳ, ରୋବୋଟିକ ମନିଟର, ପ୍ରକ୍ସିମିଟି ସୁଟ, ଷ୍ଟ୍ରାଇକିଂ ଫାୟାର ଫୋର୍ସ ବ୍ୟବହାର ହୋଇଥିଲା । ୭୦ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପ୍ରଥମେ ଥାନା ପାଖ ଏକ ମୂର୍ତ୍ତି ଦୋକାନରେ ନିଆଁ ଲାଗି ଥିଲା। ସେଠାରେ ଥିବା ଏକ ସ୍କୁଟିରେ ନିଆଁ ଲାଗି ବସ୍ଫୋରଣ ପରେ ଗୋଟିଏ ଦୋକାନରେ ନିଆଁ ଲାଗିଥିଲା ।

ଏହାପରେ ଗୋଟିଏ ଦୋକାନରେ ଗ୍ୟାସ ଟାଙ୍କି ମଧ୍ୟ ବ୍ଲାଷ୍ଟ ହୋଇଥିଲା । ଫଳରେ ନିଆଁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡରେ କ୍ୟାପିଟାଲ ଥାନାର ଏସି କମ୍ରେସର ଓ ଝରକା ମଧ୍ୟ ଫାଟିଯାଇଛି। ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ ଏହି ମାର୍କେଟରେ। ଅନେକ ଜିନିଷପତ୍ର କିଣାକିଣି କରିବା ପାଇଁ। ହେଲେ ରାତି ଅଧାରେ ଭୁବନେଶ୍ୱରର ଏହି ମାର୍କେଟରେ ନିଆଁ ଲାଗିବା କାରଣରୁ କାହାର କିଛି ହୋଇନଥିବା ଜଣାପଡ଼ିଛି।

ଅନେକ ଅଗ୍ନିଶମ ୟୁନିଟ୍ ସହ ୧୩ଟି ଗାଡ଼ି ନିୟୋଜିତ ହୋଇଥିଲେ। ଉଦ୍ଧାର କାର୍ଯ୍ୟ ଓ ନିଆଁ ଲିଭାଇବା ପାଇଁ ବରିଷ୍ଠ ଅଗ୍ନିଶମ ଅଧିକାରୀ ସହ ୭୦ଜଣରୁ ଅଧିକ ଆଗ୍ନିକ ସମେତ ୨ୟୁନିଟ୍ ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିୟୋଜିତ ଥିଲେ। ଫାୟାର ଫାଇଟିଂ ପାଇଁ କେମିକାଲ ଫୋମ୍ କମ୍ପାଉଣ୍ଡ, ଫାୟାର ପ୍ରକ୍ସିମେଟ୍ ସୁଟ୍, ଜେସିବି ମେସିନ ବ୍ୟବହାର ହୋଇଥିବା ବେଳେ ରୋବଟିକ୍ ମନିଟର୍ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

Leave a Reply

Your email address will not be published. Required fields are marked *