ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁର ସ୍ଥିତ ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା । ତେବେ ଏହି ମ୍ୟାଚ୍ରେ ଭାରତୀୟ ଚୁଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନି । ସେହିପରି ଭ୍ରମଣକାରୀ ଦଳରେ ତିନୋଟି ପରିବର୍ତ୍ତନ କରିଛି ।
ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍କୁ ୧୦୧ ରନ୍ରେ ବିଜୟୀ ହୋଇଥିଲା। ସେହି ମ୍ୟାଚ୍ଟି ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିଲା । ଏବେ ଭାରତୀୟ ଦଳ ଏହି ମ୍ୟାଚ୍କୁ ଜିତି ଟି-୨୦ ସିରିଜ୍ରେ ୨-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ । ସେହିପରି ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ବରାବର କରିବା ପାଇଁ ଲକ୍ଷ୍ୟ ରଖିବ ।
ଉଭୟ ଦେଶ ଏବେ ସୁଦ୍ଧା ୩୨ଟି ଟି୨୦ ମୁକାବିଲା ଖେଳିଛନ୍ତି । ଏହାମଧ୍ୟରୁ ଭାରତ ୧୯ଟିରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୧୨ଟି ମୁକାବିଲା ଜିତିପାରିଛି । ସେହିପରି ଗୋଟିଏ ମ୍ୟାଚ ଟାଇ ରହିଛି ।

