ନେପାଳର ବାରା ଜିଲ୍ଲାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି। ଗତ ଦୁଇମାସ ତଳେ ଭୟଙ୍କର ଭାବେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଗତ କିଛି ମାସ ତଳେ ଜେନ୍-ଜି ଆନ୍ଦୋଳନ ପାଇଁ ଅନେକ ମୃତାହତ ହୋଇଥିବା ବେଳେ ଏବେ ପୁଣି ନେପାଳରେ ହିଂସା ଆରମ୍ଭ ହୋଇଛି। ବାରା ଜିଲ୍ଲାରେ ହିଂସା ହୋଇଥିବା ବେଳେ ଏଥିପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ଜେନ-ଜି ପ୍ରତିବାଦକାରୀ ଏବଂ ବହିଷ୍କୃତ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ୱରେ ନେପାଳର କମ୍ୟୁନିଷ୍ଟ ପାର୍ଟି-Unified Marxist Leninist (UML)ର କର୍ମୀଙ୍କ ମଧ୍ୟରେ ପୁଣି ଥରେ ସଂଘର୍ଷ ହେବା ପରେ କର୍ଫ୍ୟୁ ଲାଗୁ କରାଯାଇଛି। ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ଘୋଷଣା କରିଛି ଯେ, ଉତ୍ତେଜନା ବୃଦ୍ଧି ପରେ ଶୃଙ୍ଖଳା ଫେରାଇ ଆଣିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୁରୁବାର ରାତି ୮ଟା (ସ୍ଥାନୀୟ ସମୟ) ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।
ସୂଚନା ଅନସାରେ, ଗୁରୁବାର ସକାଳ ୧୧ଟା ବେଳେ ଯୁବକମାନେ ସମିରା ଛକରେ ଏକାଠି ହୋଇଥିଲେ। ଭିଡ଼ ବଢ଼ିବାରୁ ସେମାନଙ୍କୁ ହଟାଇବାକୁ ପୋଲିସ ଫୋର୍ସର ବ୍ୟବହାର କରାଯାଇଥିଲା। ଯାହାପରେ ସ୍ଥିତି ଆହୁରି ନବିଗିଡ଼ିବ ଏଥପାଇଁ କର୍ଫ୍ୟୁ ଲଗାଇଦିଆଯାଇଛି। ଜେନ୍- ଜିଙ୍କ କହିବା କଥା ପୋଲିସ ବୁଧବାର ହୋଇଥିବା ସଂଘର୍ଷରେ ଯେଉଁ UML କର୍ମକର୍ତ୍ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ପୋଲିସ ସେମାନଙ୍କୁ ଗିରଫ କରିନାହିଁ। ତାହାକୁ ବିରୋଧ କରି ଏହି ବିକ୍ଷୋଭ କରାଯାଉଛି।
ନେପାଳରେ ଜେନ୍-ଜେଡ ପ୍ରତିବାଦ
ସେପ୍ଟେମ୍ବର ୮ ଏବଂ ୯ ତାରିଖରେ ସାମାଜିକ ଗଣମାଧ୍ୟମ ଉପରେ ଏକ ସରକାରୀ ନିଷେଧ ଉପରେ କ୍ରୋଧ ଯୋଗୁଁ “ଜେନ ଜେଡ ଛାତ୍ରମାନେ ରାସ୍ତାକୁ ଓହ୍ଲାଇଥିଲେ। ଆଉ ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଅତି କମରେ 76 ଜଣଙ୍କର ମୃତ୍ୟୁ ହୋଇଥିଲା। ପୂର୍ବ ସରକାରଙ୍କ ସୋସିଆଲ ମିଡିଆ ନିଷେଧ ଦ୍ୱାରା ସେପ୍ଟେମ୍ବରରେ ଭୟଙ୍କର ପ୍ରଦର୍ଶନ ଆରମ୍ଭ ହୋଇଥିଲା ଏହା ବହୁ କାରଣକୁ ନେଇ ହୋଇଥିଲା। ନେପାଳରେ ବର୍ଷ ବର୍ଷ ଧରି ଆର୍ଥିକ ସ୍ଥିରତା ଏବଂ ଦୁର୍ନୀତି ଯୋଗୁଁ ଛାତ୍ରମାନଙ୍କର କ୍ରୋଧ ଆହୁରି ବଢ଼ିଯାଇଥିଲା। ଯାହା 30 ନିୟୁତ ଲୋକଙ୍କ ଦେଶକୁ ବିଦ୍ରୋହ ପାଇଁ ପ୍ରେରଣା ଦେଇଥିଲା।
ଜେନ-ଜି ଜିଲ୍ଲା ସଂଯୋଜକ ସମ୍ରାଟ ଉପାଧ୍ୟକ୍ଷ କହିଛନ୍ତି ଯେ, କିଛି ଅଭିଯୁକ୍ତଙ୍କୁ ନଧରାଯିବା କାରଣରୁ ସେ ପୁଣି ବିରୋଧକୁ ଓହ୍ଲାଇଛନ୍ତି। ‘‘ବୁଧବାର ସଂଘର୍ଷ ଏତେ ବଢ଼ିଥିଲା ଯେ, ପୋଲିସକୁ ଲୁହବୁହା ଗ୍ୟାସ ବ୍ୟବହାର କରିବାକୁ ପଡ଼ିଥିଲା। ଏଥିରେ ସିମରା ଏୟାରପୋର୍ଟର ଉଡ଼ାଣ ପ୍ରଭାବିତ ହୋଇଛି। ବାରା ଜିଲ୍ଲାର ପ୍ରମୁଖ ଛକ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି। ପ୍ରଶାସନ ସ୍ଥିତି ଉପରେ ନିଜର ରଖିଛି। କାରର ଜିଲ୍ଲାରେ ରାଜନୈତିକ ଉତ୍ତେଜନା ଏବଂ ମଝିରେ ମଝିରେ ହେଉଥିବା ସଂଘର୍ଷ ବଢ଼ୁଛି।’’
ଜେନ୍- ଜି ଏବଂ ୟୁଏମଲ କର୍ମକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ବୁଧବାର ଆରମ୍ଭ ହୋଇଥିଲା। ୟୁଏମଏଲ ପାର୍ଟୀ ଏକ କ୍ୟାମ୍ପେନ କରିବାକୁ ପ୍ରସ୍ତୁତି କରୁଥିଲା। ଯେଉଁଥିରେ ୟୁଏମଏଲ ମହାସଚିବ ଶଙ୍କର ପୋଖରେଲ ଏବଂ ପୋଲିଟବ୍ୟୁରୋ ସଦସ୍ୟ ମହେଶ ବସ୍ନେସ ବୁଧବାର ସକାଳ ସାଢ଼େ ୧୦ଟାରେ କାଠମାଣ୍ଡୁରୁ ସିମରା ଆସି ସେଠାରେ ସରକାର ବିରୋଧୀ ରାଲିରେ ସମ୍ବୋଧନ ଦେବାର ଥିଲା। କିନ୍ତୁ ଜେନ-ଜି ଏହାର ଖବର ପାଇ ସେମବରା ଏୟାରପୋର୍ଟ ଘେରାଉ କରିଥିଲେ। ଏହା ପରେ ୟୁଏମଏଲ କର୍ମକର୍ତ୍ତାଙ୍କ ସହ ସଂଘର୍ଷ ହୋଇଥିଲା। ଏଥିରେ ଜେନ୍-ଜିର ୬ ସମର୍ଥକ ଆହତ ହୋଇଥିଲେ।
ତେବେ ଏହି ସଂଘର୍ଷ ପରେ ଜେନ-ଜିଙ୍କ ପକ୍ଷରୁ ଅଭିଯୋଗ ପରେ ପୋଲିସ ଦୁଇ ଜଣକୁ ଧରିଛି। ଏଥିରେ ଜୀତପୁରସିମରା ଉପମହାନଗରର ଓ୍ବାର୍ଡ ୨ର ଅଧ୍ୟକ୍ଷ ଧନ ବାହାଦୂର ଶ୍ରେଷ୍ଠ ଏବଂ ଓ୍ବାର୍ଡ ୬ର ଅଧ୍ୟକ୍ଷ କୈମୁଦ୍ଦୀନ ଅନସାରୀ ସାମିଲ ଅଛନ୍ତି।

