17 Oct 2026, Sat

ମେଦବହୁଳତା ଏବେ ଏକ ବଡ଼ ସମସ୍ୟାରେ ପରିଣତ ହେବାରେ ଲାଗିଛି । WHO ଏବଂ ଆମେରିକୀୟ ମେଡିକାଲ୍ ଆସୋସିଏସନ୍ ଏହାକୁ ଏକ ଗମ୍ଭୀର ସମସ୍ୟା ବୋଲି ମଧ୍ୟ କହିଛନ୍ତି। ତେଣୁ ଏହାକୁ ଏଡାଇବାକୁ ପରାମର୍ଶ ଦିଆଯାଇଛି। ଭାରତରେ ମେଦବହୁଳତା ସମସ୍ୟା ଅତ୍ୟନ୍ତ ଗମ୍ଭୀର। ମେଦବହୁଳତା କାରଣରୁ ଶରୀରରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମୋଟାପଣକୁ ନେଇ ଚେତାବନୀ ଦେଇଥାନ୍ତି । ଆମର ଦୈନନ୍ଦୀନ ଜୀବନର ଗୋଟିଏ କମଳା ଖାଇବା ଦ୍ବାରା ଆମକୁ ଅନେକ ଫାଇଦା ମିଳିଥାଏ। କେବଳ ଯେ କମଳାରେ ଭିଟାମିନ-ସି ମହଜୁଦ ରହିଛି ତାହା ନୁହେଁ ଏଥିରେ ଆହୁରୀ ଅନେକ ପୋଷକତତ୍ବ ଭରପୁର ରହିଛି। ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ। ଆସନ୍ତୁ ଜାଣିବା ପ୍ରତିଦିନ ଗୋଟିଏ କମଳା ଖାଇବା ଦ୍ବାରା ଆମର କେଉଁ ସବୁ ଲାଭ ହୋଇଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମେଟାବୋଲିକ୍ ରୋଗରେ ମଧୁମେହ, ଉଚ୍ଚ କିମ୍ବା ନିମ୍ନ ରକ୍ତଚାପ, ହୃଦୟ ଏବଂ ମସ୍ତିଷ୍କ ରୋଗ, କରୋନାରୀ ଧମନୀ ରୋଗ, ସେରେବ୍ରୋଭାସ୍କୁଲାର୍ ରୋଗ, ଗଲ୍ ଷ୍ଟୋନ୍, ଫ୍ୟାଟି ଲିଭର ଅନ୍ତର୍ଭୁକ୍ତ । କମଳାରେ ଥିବା ଭିଟାମିନ୍ ସି କୋଲାଜେନ୍ ଉତ୍ପାଦନ ପାଇଁ ଅତ୍ୟାବଶ୍ୟକ। କୋଲାଜେନ୍ ଚର୍ମର ନମନୀୟତା ବଜାୟ ରଖିବା ଏବଂ କୁଞ୍ଚନକୁ ରୋକିବାରେ ସାହାଯ୍ୟ କରେ। କମଳାରେ ଫ୍ରୁକ୍ଟୋଜ୍ ଏବଂ କାର୍ବୋହାଇଡ୍ରେଟ୍ ଥାଏ, ଯାହା ତୁରନ୍ତ ଶକ୍ତି ପ୍ରଦାନ କରେ। ଏଥିରେ ଥିବା ଉଚ୍ଚ ଫାଇବର ଏବଂ ଜଳୀୟ ଅଂଶ ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଶକ୍ତି ପ୍ରଦାନ କରିଥାଏ। ଏହା ଶରୀରରେ କ୍ଯାଲୋରି କମ କରି ଓଜନ ନିୟନ୍ତ୍ରଣ କରିବାରେ ସାହାର୍ଯ୍ଯ କରିଥାଏ।କମଳାରେ ଫାଇବର, ପୋଟାସିୟମ, ଭିଟାମିନ ସି ଏବଂ କୋଲିନ ଭଳି ପୋଷକ ତତ୍ତ୍ୱ ଥାଏ, ଯାହା ହାର୍ଟ ପାଇଁ ଅତ୍ୟନ୍ତ ଲାଭଦାୟକ। ପୋଟାସିୟମ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଏହାସହ ଫାଇବର କୋଲେଷ୍ଟ୍ରଲ ସ୍ତରକୁ କମ କରିବାରେ ସାହାଯ୍ୟ କରେ। ତେଣୁ, ନିୟମିତ ଭାବରେ କମଳା ଖାଇବା ହାର୍ଟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।

କମଳାରେ ପ୍ରାୟ ଫାଇବର ରହିଥାଏ, ଯାହା ପାଚନ ପ୍ରକ୍ରିୟା ପାଇଁ ଅତ୍ଯନ୍ତ ଲାଭଦାୟକ ହୋଇଥାଏ। ଫାଇବର କୋଷ୍ଠକାଠିନ୍ୟ ଦୂର କରେ ଏବଂ ଅନ୍ତନଳୀକୁ ସଫା କରିବାରେ ସାହାଯ୍ୟ କରେ। କମଳାରେ ଥିବା ଫାଇବର ପେଟ କର୍କଟ ରୋଗର ଆଶଙ୍କା ମଧ୍ୟ କମ କରିଥାଏ। ପ୍ରତିଦିନ ଗୋଟିଏ କମଳା ଖାଇବା ଦ୍ୱାରା ସୁସ୍ଥ ପାଚନ ପ୍ରକ୍ରିୟା ବଜାୟ ରହିଥାଏ। ମୋଟାପଣ ଦ୍ୱାରା ସୃଷ୍ଟି ହୋଇଥିବା ସବୁଠାରୁ ବିପଜ୍ଜନକ ରୋଗରେ ମାଂସପେଶୀ ସମ୍ବନ୍ଧୀୟ ରୋଗ ଅନ୍ତର୍ଭୁକ୍ତ ।ଯେପରି ଗଣ୍ଠି ଯନ୍ତ୍ରଣା, ଅଷ୍ଟିଓଆର୍ଥ୍ରାଇଟିସ୍, ଅଷ୍ଟିଓପୋରୋସିସ୍, ସାର୍କୋପେନିକ୍ ମେଦବହୁଳତା ଇତ୍ୟାଦି ହୋଇଥାଏ ।

Leave a Reply

Your email address will not be published. Required fields are marked *