ଗତକାଲି ଭୋରୁ ଭୋରୁ ହଂକଂ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଦୁବାଇରୁ ଆସିଥିବା ଏକ ମାଲବାହୀ ଉଡାଜାହାଜ ହଂକଂ ଏୟାରପୋର୍ଟରେ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି । ପ୍ଲେନଟି ରନଓ୍ୱେରୁ ଖସି ସିଧା ଯାଇ ସମୁଦ୍ରରେ ପଡ଼ିଛି । ଏମିରେଟ୍ସ ଏୟାରଲାଇନ୍ସର ଏକ ବୋଇଂ ୭୪୭ କାର୍ଗୋ ବିମାନ ଅବତରଣ ସମୟରେ ନିୟନ୍ତ୍ରଣ ହରାଇ, ରନୱେରୁ ଖସିପଡିବା ଫଳରେ ଏଭଳି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି।
ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି, ସେମାନଙ୍କ ମଧ୍ୟରୁ ଜଣେ ବିମାନବନ୍ଦର କର୍ମଚାରୀ ବୋଲି କୁହାଯାଉଛି। ବିମାନରେ ଥିବା ଚାରି ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଟି ଭୋର ପ୍ରାୟ ୩.୫୦ ସମୟରେ ଘଟିଥିଲା, ଯେତେବେଳେ ଏହି ଅଞ୍ଚଳରେ ପ୍ରବଳ ପବନ ଏବଂ ଖରାପ ପାଗ ପରିସ୍ଥିତି ଥିଲା।
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ସୂଚନା ମୁତାବକ, ପ୍ଲେନ୍ ଖସିଯିବା କାରଣରୁ ରନଓ୍ୱେ କଡରେ ଠିଆ ହୋଇଥିବା ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବିମାନଟି ସିଧା ଯାଇ ସମୁଦ୍ରରେ ପଡ଼ିଥିଲା । ଏହି ଦୁର୍ଘଟଣା ପରେ ହଂକଂ ଏୟାରପୋର୍ଟର ଦୁର୍ଘଟଣା ହୋଇଥିବା ରନଓ୍ୱେକୁ ବନ୍ଦ କରିଦିଆଯାଇଛି । ମିଳିଥିବା ସୂଚନା ମୁତାବକ ବିମାନଟି ୩୨ ବର୍ଷର ପୁରୁଣା ଥିଲା । ଆଉ କାର୍ଗୋ ବିମାନ ଭାବେ କାମ କରୁଥିଲା
