17 Oct 2026, Sat

ବୁଧବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ରାଜକୋଟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୮୪ ରନ୍‌ କରିଥିଲା । ଏହି ମ୍ୟାଚ୍ ସମୟରେ ବିରାଟ କୋହଲି ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ।

ଦ୍ବିତୀୟ ଦିନିକିଆରେ ବିରାଟ କୋହଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଏବଂ କ୍ରିକେଟର ଭଗବାନ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ । ରାଜକୋଟ ଦିନିକିଆ ପୂର୍ବରୁ ସଚିନ ତେନ୍ଦୁଲକର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୪୨ଟି ଦିନିକିଆରେ ୪୬.୦୫ ହାରରେ ସର୍ବାଧିକ ରନ ସ୍କୋରର ଥିଲେ ।

କିନ୍ତୁ ସଚିନ୍‌ଙ୍କ ଏହି ରେକର୍ଡ ରାଜକୋଟ୍‌ରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାଙ୍ଗିଥିଲା । ସଚିନ ତେନ୍ଦୁଲକର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୪୨ଟି ଦିନିକିଆରେ ୪୬.୦୫ ହାରରେ ୧୭୫୦ ରନ କରିଥିଲେ । କୋହଲି ଏହି ରେକର୍ଡ ଭାଙ୍ଗିଛନ୍ତି । ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ କେବଳ ଗୋଟିଏ ରନ ଆବଶ୍ୟକ ଥିଲା, ଯାହା ସେ ହାସଲ କରିଥିଲେ । କିନ୍ତୁ ରାଜକୋଟରେ କୋହଲିଙ୍କ ବ୍ୟାଟ୍ ବିଫଳ ହୋଇଥିଲା ୨୯ ବଲରୁ ୨୩ ରନ କରିଥିଲେ ।

ମ୍ୟାଚ୍‌ରେ କୋହଲିଙ୍କୁ କ୍ରିଷ୍ଟିଆନ୍ କ୍ଲାର୍କ ବୋଲ୍ଡ କରିଥିଲେ । କୋହଲି ଏବେ ୩୫ଟି ମ୍ୟାଚରେ ୧୭୭୩ ରନ କରିଛନ୍ତି । ଯାହାର ହାରାହାରି ୫୫.୪୦ । ଭାରତ ବିପକ୍ଷରେ ଦିନିକିଆରେ ନ୍ୟୁଜିଲାଣ୍ଡ ପାଇଁ ରସ୍ ଟେଲର ସର୍ବାଧିକ ରନ୍ କରିଛନ୍ତି । ଟେଲରଙ୍କ ୩୫ ଦିନିକିଆରେ ୧୩୮୫ ରନ୍ ଅଛି ।

ରାଜକୋଟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୮୪ ରନ୍ କରିଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୧୧୨ ରନ୍‌ କରିଥିଲେ । ୨୮୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ୪୮ତମ ଓଭରରେ ଏହାକୁ ହାସଲ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ୍‌ ମିଚେଲ୍‌ ସର୍ବାଧିକ ୧୩୧ ରନ୍‌ କରିଥିଲେ । ତେବେ ଏହି ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଜାନୁଆରୀ ୧୮ ତାରିଖରେ ଇନ୍ଦୋରରେ ଖେଳାଯିବ ।

Leave a Reply

Your email address will not be published. Required fields are marked *