ବିନା ତାରରେ ସମ୍ପର୍କ ଯୋଡେ ବେତାର ଯନ୍ତ୍ର।ପରିବର୍ତ୍ତନଶୀଳ ଦୁନିଆରେ ସବୁ କିଛି ପରିବର୍ତ୍ତନ ହେଉଛି। ରେଡିଓ ମଧ୍ୟ ନିଜର ରୂପ ବଦଳାଇଛି। ଏବେ ମୋବାଇଲ୍ ଆପ୍ ଜରିଆରେ ରେଡିଓ ନିଜର ଉପସ୍ଥିତି ଜାହିର କଲାଣି।କିନ୍ତୁ ରେଡ଼ିଓ ଏବେବି ଲୋକଙ୍କ ଦୃଦୟରେ ରହିଛି ।
ଆଜି ବିଶ୍ୱ ରେଡ଼ିଓ ଦିବସ।”ରେଡ଼ିଓ ” ଦିନ ଥିଲା ପୂରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହାର ଥିଲା ଅତି ଆଦର।ଛୋଟ ପିଲା କୁହନ୍ତୁ ଅବା ବୃଦ୍ଧ ସମସ୍ତେ ଥିଲେ ରେଡ଼ିଓ ପ୍ରେମୀ।ଏହି ରେଡ଼ିଓ ବିନା ନିଜ ନିଜର ଅବସର ସମୟ କଟେଇବା ଏକ ରକମ୍ ଅସମ୍ଭବ ମନେ ହେଉଥିଲା।ଏହି ରେଡ଼ିଓ କେବେ ଉପହାର ସାଜି ବଡ ଲୋକ ଙ୍କୁ ପ୍ରଦାନ କରାଯାଉଥିଲା ତ କେବେ ବାପ ଘର ର ସ୍ମୃତି ହିସାବ ରେ ଯୌତୁକ ରେ ଦିଆଯାଉଥିଲା।ତେବେ ବଦଳୁଥିବା ସମୟ ରେଡ଼ିଓ ର ମର୍ଯ୍ୟାଦା କୁ ବଦଳାଇଛି।ବଦଳିଛି ତାର ପରିଭାଷା।ପରିବର୍ତ୍ତନଶୀଳ ଦୁନିଆରେ ସବୁ କିଛି ପରିବର୍ତ୍ତନ ହେଉଛି। ରେଡିଓ ମଧ୍ୟ ନିଜର ରୂପ ବଦଳାଇଛି। ଏବେ ମୋବାଇଲ୍ ଆପ୍ ଜରିଆରେ ରେଡିଓ ନିଜର ଉପସ୍ଥିତି ଜାହିର କଲାଣି।
ପରିଣତ ବୟସରେ ପହଞ୍ଚିଲେଣି। ହେଲେ ଏବେ ବି ଯାଇନାହିଁ ରେଡ଼ିଓ ମରାମତି ନିଶା। ସେ ରେଡ଼ିଓ ପ୍ରତି ନିଜକୁ ସମର୍ପଣ କରି ରଖିଛନ୍ତି। ସେଥିପାଇଁ ଲୋକେ ତାଙ୍କୁ କୁହନ୍ତି ରେଡ଼ିଓ ଡାକ୍ତର। ଦୀର୍ଘ ୫୦ ବର୍ଷ ଧରି ସେ କରି ଆସୁଛନ୍ତି ରେଡ଼ିଓ ମରାମତି। ଠକି ନାହାଁନ୍ତି କି ଭାଙ୍ଗି ନାହାଁନ୍ତି। ନିଜର ଛୋଟିଆ ଭଙ୍ଗା ଦଦରା ଦୋକାନ ଘରେ ସେ ଏବେ ବି କରିଛନ୍ତି ରେଡ଼ିଓ ମରାମତି।
ରେଡ଼ିଓ ଡାକ୍ତର ଜନ ବେଲଜାମିନ ପରିଡ଼ା। କଟକ ତିନିକୋଣିଆ ବଗିଚାରେ ରହିଛି ତାଙ୍କର ରେଡ଼ିଓ ମରାମତି ହସ୍ପିଟାଲ। ଦୀର୍ଘ ୫୦ ବର୍ଷ ଧରି ସେ ରୋଗାଗ୍ରସ୍ତ ରେଡ଼ିଓର କରୁଛନ୍ତି ଚିକିତ୍ସା। ଦେଖିଲେ କିମ୍ବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ହେଲେ ତାଙ୍କର କାମ କରିବାର ଶୈଳୀ, କଥାବାର୍ତ୍ତା, ରେଡ଼ିଓ ପ୍ରତି ଭଲ ପାଇବା ଓ ରେଡ଼ିଓ ପାଇଁ ନିଜକୁ ଉତ୍ସର୍ଗୀକୃତ ସମର୍ପଣ ଦେଖିଲେ ବିଶ୍ୱାସ କରିହେବ। ପରିଣତ ବୟସରେ ସେ ପହଞ୍ଚିଲେଣି।
ତଥାପି ସେ ଥକି ନାହାଁନ୍ତି। ସକାଳୁ ରାତି ଯାଏଁ ସେ ତାଙ୍କର ଭଙ୍ଗା ଦଦରା ଦୋକାନରେ ୧୯୭୫ ମସିହାରୁ କରି ଆସୁଛନ୍ତି ରେଡ଼ିଓ ମରାମତି। ଏଥିପାଇଁ ତାଙ୍କୁ ଅଲ ଇଣ୍ଡିଆ ରେଡିଓ ପକ୍ଷରୁ ପ୍ରମାଣପତ୍ର ମଧ୍ୟ ମିଳିଛି। ବର୍ତ୍ତମାନ ଯୁଗ ବଦଳୁଛି। ଆଧୁନିକ ଯୁଗରେ ରେଡ଼ିଓ ଓ ଏଫଏମ ରେଡ଼ିଓ ସଂଖ୍ୟା ମଧ୍ୟ କମୁଛି। ଏହା ସତ୍ତ୍ୱେ ସେ ହାର ନମାନି ନିଜର କୌଳିକ ବୃତ୍ତିକୁ ଜୀବିତ କରି ରଖିଛନ୍ତି। ରେଡ଼ିଓ ମରାମତିରୁ ଯାହା ପଇସା ରୋଜଗାର କରନ୍ତି ସେଥିରେ ସେ ନିଜର ଜୀବନ ବିତାଉଛନ୍ତି।
ଘରେ ସେ ଏକୁଟିଆ ରୁହନ୍ତି। ରେଡ଼ିଓ ସଂଖ୍ୟା ଅଧିକ ଥିବା ସମୟରେ ସେତେବେଳ ସେ ମାସକୁ ୧୫-୨୦ ହଜାର ଟଙ୍କା ରୋଜଗାର କରୁଥିଲେ ଆଉ ଏବେ ୫ ହଜାର ଟଙ୍କା ରୋଜଗାର କରିବା ବି କଷ୍ଟ। ତଥାପି ସେ ରେଡ଼ିଓ ମରାମତି ସହ ନୂତନ ରେଡ଼ିଓ ତିଆରି କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ। ଟିଭି ଚାଲୁଥିବା ସମୟରେ ବନ୍ଦ ହୋଇଯିବ, ମୋବାଇଲ ନେଟୱର୍କ ଚାଲିଯିବ ହେଲେ ରେଡ଼ିଓ ସବୁ ସ୍ଥାନରେ ଚାଲିବ।

