ଅଭିନେତ୍ରୀ ମୌନି ରୟଙ୍କ ବଡ଼ ବୟାନ । ମୌନି ରୟଙ୍କୁ ଏବେ ସାରା ଭାରତରେ କିଏ ବା ନଜାଣେ । ବଲିଉଡ୍ ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ମୋନି । ସେ ନାଗିନ୍ ଭାବେ ଖୁବ୍ ଲୋକପ୍ରିୟ । ସୁନ୍ଦରୀ ନାଗିନ କହି ତାଙ୍କୁ ସୋସିଆଲ ମିଡିଆରେ ସମସ୍ତେ ପ୍ରଶଂସା କରନ୍ତି । ତାଙ୍କ ଖୁବ୍ ଫ୍ୟାନ୍ ଫଲୋଅର୍ସ ରହିଛନ୍ତି । ତେବେ ସେଇ ମୋନି ରୟ ଦେଇଛନ୍ତି ବଡ଼ ବୟାନ । ତାଙ୍କ ସହ ହୋଇଥିବା ଅସଦାଚାରଣକୁ ଖୁଲମ ଖୁଲା ସମସ୍ତଙ୍କ ଆଗରେ ବଖାଣିଲେ । ତାଙ୍କ ସହ ହୋଇଥିବା ଅତି କଦର୍ଯ୍ୟ ବ୍ୟବହାର କଥା ସମସ୍ତଙ୍କୁ କହିଲେ । ମନରେ ଦୁଃଖ ବି କଲେ । କହିଲେ, ‘ସେହିଭଳି ଲୋକଙ୍କ ମନରେ ବି ଏମିତି ଚିନ୍ତାଧାରା ଥାଏ, ଏହା କେବେ ମୁଁ ଭାବି ନଥିଲି’ ।
ସେ କହିଛନ୍ତି, ‘ଇଭେଣ୍ଟ ପାଇଁ ଷ୍ଟେଜକୁ ଯାଉଥିଲି। ଷ୍ଟେଜ ଚଢ଼ିବା ପୂର୍ବରୁ କିଛି ଲୋକ ମତେ ଫଟୋ ଉଠାଇବାକୁ ଡାକିଲେ। ସେମାନଙ୍କ ମଧ୍ୟରେ ପରିବାର, ବୟସ୍କ ଲୋକ ମଧ୍ୟ ଥିଲେ। ମାତ୍ର ସେହି ବୟସ୍କମାନେ ଫଟୋ ଉଠାଇବା ବାହାନରେ ଅଶ୍ଲୀଳ ଇଙ୍ଗିତ କରିଥିଲେ ଆଉ ମତେ ଭୁଲ ଭାବରେ ଛୁଇଁବାକୁ ଚେଷ୍ଟା କରିଥିଲେ।’ ହରିୟାଣାରେ ଇଭେଣ୍ଟ ସମୟରେ ନିଜ ସହ ଘଟିଥିବା ଏଭଳି ଭୟଙ୍କର ଘଟଣା ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିନେତ୍ରୀ ମୌନୀ ରୟ।
ଅଭିନେତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ କହିଛନ୍ତି ଯେ, ‘‘କରନାଲ ଇଭେଣ୍ଟରେ ଅତିଥିଙ୍କ ବ୍ୟବହାରରେ ମୁଁ କ୍ଷୁବ୍ଧ । ଖାସକରି ଦୁଇ ବୟସ୍କଙ୍କ ଠାରୁ। ଯେଉଁମାନେ ମୋ ଜେଜେବାପାଙ୍କ ବୟସର। ଇଭେଣ୍ଟ ଆରମ୍ଭ ହେବା ପରେ ଷ୍ଟେଜକୁ ଗଲା ବେଳେ ସେଠାରେ ଥିବା କିଛି ବୃଦ୍ଧ ଏବଂ କିଛି ପରିବାର ଲୋକ ଫଟୋ ଉଠାଇବାକୁ କହିଥିଲେ। ଆଉ ଫଟୋ ଉଠାଇବା ବାହାନାରେ ବୟସ୍କ ବ୍ୟକ୍ତି ଜଣକ ମୋ ଅଣ୍ଟାରେ ହାତ ରଖିଥିଲେ। ଯେତେବେଳେ ମୁଁ ତାଙ୍କୁ କହିଥିଲି ଯେ, ସାର୍ ଆପଣ ହାତ କାଢ଼ନ୍ତୁ। ତ’ ଏହା ତାଙ୍କୁ ଭଲ ଲାଗିନଥିଲା।’’
ଷ୍ଟେଜରେ ଉପରେ ତ’ ଆହୁରି ଖରାପ ସ୍ଥିତି ଥିଲା। ଦୁଇ ଜଣ ଅଙ୍କଲ ମୋ ସାମ୍ନାରେ ଛିଡ଼ା ହୋଇ ଅଶ୍ଲୀଳ ଇଙ୍ଗିତ କରିଥିଲେ। ହେଲେ ମୁଁ ତାଙ୍କୁ ଏଭଳି ନକରିବାକୁ କହିଥିଲି । କିନ୍ତୁ ଏହାର ଜବାବରେ ସେମାନେ ମୋ ଉପରେ ଗୋଲାପ ଫୁଲ ଫିଙ୍ଗିବା ଆରମ୍ଭ କରିଥିଲେ। ଏମିତିରେ କାର୍ଯ୍ୟକ୍ରମ ମଧ୍ୟରେ ହିଁ ମୁଁ ଷ୍ଟେଜ ଛାଡ଼ି ଆସିଥିଲି। ହେଲେ ପରେ ଫେରିଆସି ପରଫରମାନ୍ସ ସାରିଥିଲି’।
ଅଭିନେତ୍ରୀ କହିଥିଲେ, ‘ଏସବୁ ପରେ ବି ସେମାନେ ଅଟକିନଥିଲେ । କେହି ପରିବାର କୌଣସି ସଦସ୍ୟ କିମ୍ବା ଅର୍ଗାନାଇଜର ସେମାନଙ୍କୁ ସେଠାରୁ ହଟାଇନଥିଲେ। ଯଦି ମୋ ଭଳି ଜଣେ ଅଭିନେତ୍ରୀକୁ ଏଭଳି ସାମ୍ନା କରିବାକୁ ପଡ଼ୁଛି। ତେବେ ନୂଆ ନୂଆ କାମ କରୁଥିବା କିମ୍ବା ଶୋ କରୁଥିବା ମହିଳାଙ୍କ ଅବସ୍ଥା କିଭଳି ଥିବ ? ଏ ଘଟଣା ମତେ ଶକ୍ତି ଆଘାତ ଦେଇଛି’।
ମୌନୀ ଆହୁରି କହିଛନ୍ତି, ‘ମୁଁ ବହୁତ ଅପମାନିତ ଏବଂ ଭୟଭୀତ। ମୁଁ ଚାହୁଛି ଯେ ଅଧିକାରୀ ଏଭଳି ଦୁର୍ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆମେ କଳାକାର। କଳା ହିଁ ଆମର ପେସା। ଏମାନେ ସେତେବେଳେ କ’ଣ କରିବେ ଯଦି ଆମ ସ୍ଥାନରେ ସେମାନଙ୍କ କେହି ଝିଅ, ଭଉଣୀ କିମ୍ବା ପରିବାରର କେହି ସଦସ୍ୟ ଥିବେ ?’
ମୌନୀ ଆହୁରି ସଙ୍ଗୀନ ଅଭିଯୋଗ କରିଛନ୍ତି ଯେ, ଷ୍ଟେଜରେ ଶୋ ଚାଲିଥିବାବେଳେ ଜଣେ ବୟସ୍କ ଲୋକ ଭୁଲ ଆଙ୍ଗେଲରୁ ତାଙ୍କ ଭିଡିଓ ନେଉଥିଲେ। ତାଙ୍କୁ ମନା କରିବାରୁ ସେ, ପାଲଟା ଗାଳି ଗୁଲଜ କରିଥିଲେ। ମୌନୀ କହିଛନ୍ତି, ‘ମୁଁ ମୋ ଦେଶ, ଏଠିକାର ଲୋକ ଏବଂ ପରମ୍ପରାଙ୍କୁ ଭଲ ପାଏ। ହେଲେ ଏସବୁ କ’ଣ ?’

