ଥାଇଲାଣ୍ଡରେ ବଡ଼ ଧରଣର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଦୁଇଟି ପୃଥକ ଘଟଣାରେ ୨୨ ଜଣ ଶିଶୁଙ୍କ ସମେତ ୩୪ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାଗୁଡ଼ିକ ସମଗ୍ର ଦେଶକୁ ଚକିତ କରିଛି । ମିଳିଥିବା ସୂଚନା ଅନୁସାରେ ଜଣେ ପୂର୍ବତନ ପୋଲିସ ଅଧିକାରୀ ଏକ ଡେ’କେୟାର ସେଣ୍ଟରରେ ପ୍ରବେଶ କରି ୩୪ ଜଣଙ୍କୁ ହତ୍ୟା କରିଥିଲେ । ଏହା ସହିତ ଦକ୍ଷିଣ ଥାଇଲାଣ୍ଡର ହାଟ ୟାଇରେ ଜଣେ ୧୮ ବର୍ଷୀୟ ଯୁବକ ଏକ ସ୍କୁଲରେ ଗୁଳି ଚଳାଇ ଦୁଇ ଜଣଙ୍କୁ ଗୁରୁତର ଆହତ କରିଥିଲେ ଏବଂ ଜଣେ ମହିଳା କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ ।
ଏହାକୁ ଥାଇଲାଣ୍ଡର ଇତିହାସର ସବୁଠାରୁ ଭୟଙ୍କର ଘଟଣା ଭାବରେ ବିବେଚନା କରାଯାଉଛି । ଜଣେ ପୂର୍ବତନ ପୋଲିସ ଅଧିକାରୀ ଏକ ଡେ’କେୟାର ସେଣ୍ଟରରେ ଅଚାନକ ଗୁଳି ଚଳାଇଥିଲେ, ଯେଉଁଥିରେ ଅତି କମରେ ୨୨ ଜଣ ଶିଶୁ ଏବଂ ୧୨ ଜଣ ବୟସ୍କଙ୍କ ମୃତ୍ୟୁ ଘଟିଥିଲା । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଏହା ଦେଶର ଇତିହାସରେ ସବୁଠାରୁ ଭୟଙ୍କର ଗଣ ଗୁଳିକାଣ୍ଡ । ଏହି ଘଟଣା ସମଗ୍ର ଅଞ୍ଚଳରେ ଦୁଃଖ ଏବଂ କ୍ରୋଧ ସୃଷ୍ଟି କରିଛି । ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ଆକ୍ରମଣ ପଛର ଉଦ୍ଦେଶ୍ୟ ଖୋଜିବାକୁ ଚେଷ୍ଟା କରୁଛି ।

