ଖୁସିଖବର ଦେଲେ କପୁର ପରିବାରର କୂଳନନ୍ଦନ। ଦୀର୍ଘଦିନର ବ୍ୟବଧାନ ପରେ ଆଲିଆଙ୍କ ଘରୁ ଆସିଲା ଖୁସିଖବର। ଏଥିପାଇଁ ପୁରା ପରିବାର ଖୁସି ମନାଇଛନ୍ତି। ବଲିଉଡ୍ ଅଭିନେତା ରଣବୀର କପୁର ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି। ତାଙ୍କର ଅନେକ ବଡ଼ ପ୍ରୋଜେକ୍ଟ କାମ ଚାଲିଛି। ରଣବୀରଙ୍କ ଦୁଇଟି ପ୍ରମୁଖ ପ୍ରୋଜେକ୍ଟ ହେଉଛି ସଞ୍ଜୟ ଲୀଲା ଭଂସାଲୀଙ୍କ ଲଭ ଆଣ୍ଡ ୱାର୍ ଏବଂ ନିତେଶ ତିୱାରୀଙ୍କ ରାମାୟଣ। ସେ ୨୦୨୩ରେ ରିଲିଜ ହେବାକୁ ଥିବା ଆନିମଲର ସିକ୍ୱେଲରେ ମଧ୍ୟ ନଜର ଆସିବେ। ରଣବୀର ଆନିମଲ ସିକ୍ୱେଲ ସମ୍ପର୍କରେ ଏକ ବଡ଼ ଅପଡେଟ ଦେଇଛନ୍ତି, ଯାହା ଶୁଣି ସିନେ ପ୍ରଶଂସକ ଖୁସି ହୋଇଯାଇଛନ୍ତି।
ଆନିମଲ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ସ୍ପିରିଟ ଉପରେ ଧ୍ୟାନ ଦେଉଛନ୍ତି। ଆନିମଲର ସିକ୍ୱେଲରେ ସନ୍ଦୀପ ଫିଲ୍ମ ସହିତ ପ୍ରକୃତରେ କ’ଣ କରିବାକୁ ଚାହୁଁଛନ୍ତି ସେ ବିଷୟରେ ରଣବୀର ଏକ ସଙ୍କେତ ଦେଇଛନ୍ତି। ସେ ଏହାକୁ ତିନୋଟି ଭାଗରେ ତିଆରି କରିବାକୁ ଚାହାଁନ୍ତି। ଦ୍ୱିତୀୟ ଭାଗର ନାମ ‘ଆନିମଲ ପାର୍କ’। ଏହା ବହୁତ ରୋମାଞ୍ଚକର। କାରଣ ଖଳନାୟକ ଏବଂ ନାୟକ ଭାବେ ମୁଁ ଦୁଇଟି ଚରିତ୍ରରେ ଅଭିନୟ କରିବାକୁ ଯାଉଛି। ତେଣୁ ଏହା ଏକ ଡ୍ରିମ୍ ପ୍ରୋଜେକ୍ଟ। ଆମେ ଏହି ଫିଲ୍ମ ୨୦୨୭ରେ ଆରମ୍ଭ କରିପାରୁ ବୋଲି କହିଛନ୍ତି ରଣବୀର।
ବିଜେପି ଏବଂ ଭାରତ ସରକାରଙ୍କୁ ସବୁବେଳେ ସମାଲୋଚନା କରି ଆସୁଥିବା ସାଉଥ୍ ଅଭିନେତା ପ୍ରକାଶ ରାଜ୍ ପୁଣି ଚର୍ଚ୍ଚାରେ । ସେ ଏମିତିରେ ବି ସବୁବେଳେ ନିଜ ଭିଲେନ୍ ଚରିତ୍ର ଓ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥାନ୍ତି । ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ଖୁବ୍ ଭାଇରାଲ ମଧ୍ୟ ହୁଏ । ସେଥିରେ ଖୁବ୍ କମେଣ୍ଟ ମଧ୍ୟ ଆସିଥାଏ ।
ଖାଲି ସେତିକି ନୁହେଁ ସେ ହିନ୍ଦି ଭାସାକୁ ମଧ୍ୟ ଗ୍ରହଣ କରିବାକୁ ଚାହାନ୍ତି ନାହିଁ । ସେହି ଦିଗରେ ମଧ୍ୟ ତାଙ୍କର ଅନେକ ବିବାଦୀୟ ବୟାନ ରହିଛି । ତେବେ ଏହାରି ଭିତରେ ସେ ବଲିଉଡ୍କୁ ନେଇ ଏମିତି କିଛି ବୟାନ ଦେଇଛନ୍ତି ଯାହା ଦ୍ୱାରା ପୁରା ଇଣ୍ଡଷ୍ଟ୍ରୀ ଦୋହଲି ଯାଇଛି । ସେ ବଲିଉଡ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଆଉ କହିଛନ୍ତି ବଲିଉଡ୍ କେବଳ ଏକ ପ୍ରହେଳିକା, ମିଛ ଓ ପଇସା ପ୍ୟାରା । ଯାହାକୁ ଅଲୋଚନା ଆରମ୍ଭ ହୋଇଛି।
ଅନ୍ୟପଟେ ତାଙ୍କର ଏହି ବୟାନକୁ ନେଇ ଅନେକ ୟୁଜର କହିଛନ୍ତି, ବଲିଉଡ୍ ଇଣ୍ଡଷ୍ଟ୍ରୀରେ କାମ କରି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି ପ୍ରକାଶ । କିନ୍ତୁ ଏବେ ସେହି ବଲିଉଡ୍କୁ ତାତ୍ସଲ୍ୟ କରୁଛନ୍ତି । ଖାଲି ଟଙ୍କା ରୋଜଗାର ନୁହେଁ ବଲିଉଡ୍ ପାଇଁ ସାରା ଦେଶରେ ସେ ପରିଚିତ ହୋଇଛନ୍ତି । କିନ୍ତୁ ଏବେ ବଲିଉଡ୍କୁ ନିନ୍ଦା କରୁଛନ୍ତି ।

