17 Oct 2026, Sat

ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍ । ସକାଳୁ ସକାଳୁ ଆମ ବସରେ ଲାଗିଲା ନିଆଁ । ଭୁବନେଶ୍ଵର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏପରି ଅଘଟଣ । ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି ।

ପ୍ରଥମିକ ସୂଚନାନୁଯାୟୀ ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଆୟତ୍ତ କରିବା ସହ ଏହାର ଅଧିକ ତଦନ୍ତ କରୁଛି । ବସ୍‌‌ଟି ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି ।

ବାରିପଦା ସହରରେ ବିଳମ୍ୱିତ ରାତି ପ୍ରାୟ ୨ ଟାରେ ଘଟିଲା ଅଘଟଣ, ଜଳିଗଲା ବ୍ୟାଟେରୀ ଗାଡି ସୋ ରୁମ୍ । ପ୍ରାୟ ୩୨ ରୁ ଉର୍ଦ୍ଧ ବ୍ୟାଟେରୀ ଗାଡ଼ି ଜଳି ହୋଇଗଲା ପାଉଁଶ। ଘଟଣାଟି ଘଟିଛି ବାରିପଦା ସହରର ଦାରଗାଡ଼ାହି ସ୍ଥିତ କାଇନେଟିକ ଗ୍ରୀନ ନାମକ ଏକ ବ୍ୟାଟେରୀ ସୋ ରୁମରେ ।

ତେବେ ଘଟଣା ସ୍ଥଳରେ ଦୁଇଟି ଫାୟାର ଗାଡ଼ି ପହଞ୍ଚି ଦୀର୍ଘ ୨ ଘଣ୍ଟା ର ପରିଶ୍ରମ ପରେ ନିଆଁ ଲିଭାଇବାରେ ସକ୍ଷମ ହୋଇଛି । ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ବେଳେ କୌଣସି ଜୀବନ ହାନି ହୋଇନାହିଁ । ସର୍ଟ ସର୍କିଟରୁ ଏହି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *