17 Oct 2026, Sat

ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୩୦୮୨ କେନ୍ଦ୍ରରେ ହେବ ପରୀକ୍ଷା । ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା । ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସାରିବା ବଡ ଆହ୍ବାନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଉ କିଛି ସମୟ ପରେ ଆରମ୍ଭ ରାଜ୍ୟର ସବୁଠାରୁ ବଡ଼ ପରୀକ୍ଷା ମାଟ୍ରିକ ପରୀକ୍ଷା। ସେଥିପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।ଏଥର ରାଜ୍ୟର ପ୍ରାୟ ୫ ଲକ୍ଷ ୬୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ପରୀକ୍ଷାର୍ଥୀଙ୍କୁ ମାନସିକ ଚାପରୁ ମୁକ୍ତି ଦେବା ପାଇଁ ବଡ଼ ପଦକ୍ଷେପ ନେଇଛି ବୋର୍ଡ। ପୂର୍ବରୁ ପରୀକ୍ଷା ଆରମ୍ଭର ମାତ୍ର ୧୫ ମିନିଟ୍ ଅର୍ଥାତ୍ ୯ଟା ୧୫ ପର୍ଯ୍ୟନ୍ତ କେନ୍ଦ୍ର ଭିତରକୁ ପ୍ରବେଶ ଅନୁମତି ଥିଲା। କିନ୍ତୁ ଏବେ ଏହି ସମୟ ସୀମାକୁ ବଢ଼ାଇ ସକାଳ ୯ଟା ୩୦ କରାଯାଇଛି। ଅର୍ଥାତ୍ ପରୀକ୍ଷା ଆରମ୍ଭ ହେବାର ଅଧା ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବରେ ଆସୁଥିବା ପିଲାମାନେ କେନ୍ଦ୍ର ଭିତରକୁ ପ୍ରବେଶ କରିପାରିବେ। ଯାତାୟାତ ସମସ୍ୟା କିମ୍ବା କୌଣସି ଅପରିହାର୍ଯ୍ୟ କାରଣରୁ ଅନେକ ପରୀକ୍ଷାର୍ଥୀ ବିଳମ୍ବରେ ଆସିଥାନ୍ତି। ଫଳରେ ସେମାନେ ପରୀକ୍ଷାରୁ ବଞ୍ଚିତ ହୋଇଥାନ୍ତି। କିନ୍ତୁ ବିଳମ୍ୱ ଯୋଗୁଁ ପିଲାମାନେ ଯେପରି ପରୀକ୍ଷାରୁ ବଞ୍ଚିତ ନ ହେବେ, ସେଥିପାଇଁ ବୋର୍ଡ ନିୟମକୁ ସାମାନ୍ୟ କୋହଳ କରିଛି ।

ସକାଳ 9 ଟା ରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସକାଳ 8.15 ମିନଟରେ ପରୀକ୍ଷା ସେଣ୍ଟର ଗେଟ ଖୋଲାଯିବ, 8.45 ରେ ଓ ଏମ ଆର ସିଟ ଓ 9 ଟା ରେ ପ୍ରଶ୍ନ ପତ୍ର ଦିଆଯିବ।ତେଣୁ ସମସ୍ତ ପରୀକ୍ଷାର୍ଥୀ ଠିକ ସମୟରେ ପରୀକ୍ଷା ସେଣ୍ଟରେ ପହଞ୍ଚିବା ପାଇଁ ନିବେଦନ କରିଛନ୍ତି ବୋର୍ଡ ସଭାପତି।ସେପଟେ ପରୀକ୍ଷାର୍ଥୀଙ୍କ ପାଇଁ ନିୟମ କୋହଳ ହୋଇଥିବା ବେଳେ କପି ରୋକିବା ପାଇଁ ବ୍ୟବସ୍ଥା କିନ୍ତୁ ଅଧିକ କଡ଼ାକଡ଼ି ହୋଇଛି। କଟକ ବୋର୍ଡ ମୁଖ୍ୟାଳୟରେ ଖୋଲାଯାଇଛି ଅତ୍ୟାଧୁନିକ ‘କମାଣ୍ଡ କଣ୍ଟ୍ରୋଲ ରୁମ୍’। କମାଣ୍ଡ କଣ୍ଟ୍ରୋଲ ରୁମ୍‌ ଜରିଆରେ ପ୍ରତିଟି ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ଉପରେ ରହିଛି ୨୪ ଘଣ୍ଟିଆ ନଜର ରଖାଯିବ। ପୂର୍ବ ବର୍ଷମାନଙ୍କରେ ମାତ୍ର କିଛି କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଙ୍ଗ ହେଉଥିବା ବେଳେ, ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦୮୨ଟି ପରୀକ୍ଷା କେନ୍ଦ୍ର ଏବଂ ୩୨୨ଟି ନୋଡାଲ ସେଣ୍ଟରକୁ ଏହି କଣ୍ଟ୍ରୋଲ ରୁମ୍ ସହ ସିଧାସଳଖ ଯୋଡ଼ା ଯାଇଛି। ବିଶେଷ କରି AI ସମ୍ପନ୍ନ ସିସିଟିଭି କ୍ୟାମେରା ଜରିଆରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲିବା ଠାରୁ ଆରମ୍ଭ କରି ପରୀକ୍ଷା ହଲ୍‌ର ଗତିବିଧି ଉପରେ ବରିଷ୍ଠ ଅଧିକାରୀମାନେ ନଜର ରଖିବେ। କେହି ମୋବାଇଲ୍ ବ୍ୟବହାର କଲେ କିମ୍ବା ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ମାର୍ଗଦର୍ଶିକା ଉଲ୍ଲଂଘନ କଲେ, ଏହି ହାଇଟେକ୍ ସିଷ୍ଟମରେ ତୁରନ୍ତ ତାହା ଧରାପଡ଼ିବ।
୧୯ ତାରିଖରୁ ମାର୍ଚ୍ଚ ୨ ଯାଏଁ ଚାଲିବ ପରୀକ୍ଷା ପରୀକ୍ଷାକୁ ଶୃଙ୍ଖଳିତ ଏବଂ ତ୍ରୁଟି ଶୂନ୍ୟ ଭାବେ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛି ବୋର୍ଡ।

Leave a Reply

Your email address will not be published. Required fields are marked *