26 Sep 2026, Sat

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିକୁ ନେଇ ରାଜ୍ୟରେ ଚର୍ଚ୍ଚା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ। ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଜମିର ଗୋଟିଏ ଇଞ୍ଚ ମଧ୍ୟ ଯଦି ତାଙ୍କ କିମ୍ବା ତାଙ୍କ ପରିବାର ନାଁରେ ଥିବା ପ୍ରମାଣ ହୁଏ, ତେବେ ସେ ରାଜନୀତିରୁ ଅବସର ନେଇଯିବେ।

ପୃଥ୍ୱୀରାଜ କହିଛନ୍ତି ଯେ, ମହାପ୍ରଭୁଙ୍କ ପ୍ରତି ନିଷ୍ଠାର ସହ ସରକାର କାର୍ଯ୍ୟ କରୁଛି। ପୁରୀ ଶ୍ରୀମନ୍ଦିରକୁ ଦେଶର ସର୍ବଶ୍ରେଷ୍ଠ ତୀର୍ଥସ୍ଥାନ ଭାବେ ଗଢ଼ିତୋଳିବା ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ବୋଲି ସେ କହିଛନ୍ତି।

ଏହାସହ ଶ୍ରୀମନ୍ଦିରକୁ ନେଇ କିଛି ଲୋକ ଅପପ୍ରଚାର କରୁଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ମନ୍ତବ୍ୟକୁ ମଧ୍ୟ ସେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

କେବଳ ଜମି ନୁହେଁ, ତାଙ୍କ ବିରୋଧରେ କୌଣସି ଭ୍ରଷ୍ଟାଚାର ଅଭିଯୋଗ ପ୍ରମାଣିତ ହେଲେ ମଧ୍ୟ ରାଜନୀତି ଛାଡ଼ିବେ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏଥିସହ ମିଥ୍ୟା ଅପପ୍ରଚାର କରାଗଲେ ଆଇନର ଆଶ୍ରୟ ନେବେ ବୋଲି ସେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *