17 Oct 2026, Sat

ଇସ୍ରାଏଲ ପ୍ରଧାନମନ୍ତ୍ରୀ କଲ କଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ..

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଛନ୍ତି। ଦୁଇ ନେତା ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା କରିଥିଲେ। ସେମାନେ ଆତଙ୍କବାଦ ବିରୁଦ୍ଧରେ ସେମାନଙ୍କର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ଦୋହରାଇଥିଲେ ଏବଂ କହିଥିଲେ ଯେ କୌଣସି ପ୍ରକାରର ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନେତାନ୍ୟାହୁ ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ଏହି କ୍ଷେତ୍ରରେ ଏକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପାଇଁ ପ୍ରୟାସକୁ ସମର୍ଥନ କରେ। ଗାଜା ଶାନ୍ତି ଯୋଜନାର ଶୀଘ୍ର କାର୍ଯ୍ୟକାରୀର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ପିଏମ୍ ମୋଦୀ ।ଏଥିସହ ଉଭୟ ନେତା ଯୋଗାଯୋଗରେ ରହିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହି କଲ୍ ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ଆଲୋଚନା ବୃଦ୍ଧିକୁ ସଙ୍କେତ ଦିଏ। ଭାରତ ଏବଂ ଇସ୍ରାଏଲ କେବଳ ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ନୁହେଁ, ବରଂ ବୈଦେଶିକ ନୀତି ଏବଂ ଆଞ୍ଚଳିକ ଶାନ୍ତି କ୍ଷେତ୍ରରେ ମଧ୍ୟ ଏକାଠି କାମ କରନ୍ତି। ମୋଦୀ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ଏହି ଆଲୋଚନା କିଛି ନୂଆ ନୁହେଁ। ଦୁଇ ନେତା ପୂର୍ବରୁ ଅନେକ ଥର ଫୋନ୍‌ରେ କଥା ହୋଇଛନ୍ତି।

ନେତାନ୍ୟାହୁ ୨୦୧୭ରେ ଭାରତ ଗସ୍ତରେ ଆସିଥିଲେ । ସେହି ସମୟରେ, ଦୁଇ ନେତା ଦ୍ୱିପାକ୍ଷିକ ରଣନୈତିକ ସହଭାଗୀତା ଉପରେ ଅନେକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଏହାପରେ ଉଭୟ ଦେଶ ପ୍ରତିରକ୍ଷା, ବୈଷୟିକ ସହଯୋଗ ଏବଂ ଅନ୍ତର୍ଜାତୀୟ ବ୍ୟାପାର ଉପରେ ନିୟମିତ ଭାବରେ ଯୋଗାଯୋଗ କରିଆସୁଛନ୍ତି।

Leave a Reply

Your email address will not be published. Required fields are marked *