• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
25 Nov 2026, Wed

ପୁଣ୍ୟ ମାସ କାର୍ତ୍ତିକର ଅନ୍ତିମ ଦିନରେ ଭାବବିହ୍ୱଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ପୁରୀ। ମାସେ ଧରି ମହାପ୍ରଭୁଙ୍କ ଶରଣରେ ରହି ହବିଷ୍ୟ ବ୍ରତ ପାଳନ କରିଥିବା ହବିଷ୍ୟାଳିମାନେ ଏବେ ଘରମୁହାଁ ହୋଇଛନ୍ତି। କାଳିଆ ଠାକୁରଙ୍କ ଦର୍ଶନ କରି, ବ୍ରତ ସମାପନ କରି ନିଜ ନିଜ ଘରକୁ ଫେରୁଛନ୍ତି ହବିଷ୍ୟାଳି। ହେଲେ ଏହି ବିଦାୟର ମୁହୂର୍ତ୍ତ ଅନେକଙ୍କ ପାଇଁ ହୋଇଛି ଅତ୍ୟନ୍ତ ଭାବପ୍ରବଣ।

ମାସେ ଧରି ଗୋଟିଏ ଛାତ ତଳେ ରହିବା, ଏକାଠି ପୂଜାପାଠ କରିବା, ଭଜନ-କୀର୍ତ୍ତନରେ ସାମିଲ ହେବା ଏବଂ ସୁଖଦୁଃଖ ବାଣ୍ଟିବା ଭିତରେ ହବିଷ୍ୟାଳିଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଏକ ନିଆରା ସମ୍ପର୍କ। ଏବେ ପରସ୍ପରଠାରୁ ଅଲଗା ହେବାର ସମୟ ଆସିବାରୁ ଅନେକଙ୍କ ଆଖିରେ ଲୁହ ଭରିଯାଇଛି। କେହି କେହି ସାଥୀ ହବିଷ୍ୟାଳିଙ୍କୁ କୁଣ୍ଢାଇ ଧରି କାନ୍ଦି ପକାଉଥିବା ବେଳେ ଆଉ କେହି ଶେଷ ମୁହୂର୍ତ୍ତରେ ପରସ୍ପରର ମୋବାଇଲ ନମ୍ବର ନେଇ ବନ୍ଧୁତାକୁ ଆଗକୁ ବଢ଼ାଇବାର ପ୍ରତିଶ୍ରୁତି ଦେଉଛନ୍ତି।

ଘରକୁ ଫେରିବା ପୂର୍ବରୁ ପୁରୀରୁ ନିଜ ପରିବାର ଓ ପରିଜନଙ୍କ ପାଇଁ ବିଭିନ୍ନ ସାମଗ୍ରୀ କିଣି ନେଉଛନ୍ତି ହବିଷ୍ୟାଳି। ମାସେ ଧରି ରହିଥିବା ସ୍ମୃତି ସାଙ୍ଗରେ ନେଇ ନିଜ ଘରକୁ ଫେରୁଛନ୍ତି ସେମାନେ। ସରକାରଙ୍କ ପକ୍ଷରୁ ହୋଇଥିବା ହବିଷ୍ୟାଳି ରହଣିସ୍ଥଳରେ ଏବେ ବିଦାୟର ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରୁଛି।

ଅନ୍ୟପଟେ ଆଜି ହେଉଛି ଧର୍ମ ମାସ କାର୍ତ୍ତିକର ଶେଷ ଦିନ ତଥା କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚୁକ ବ୍ରତର ଅନ୍ତିମ ଦିନରେ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରାଜରାଜେଶ୍ୱର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ସକାଳୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି।

କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ଅବସରରେ ମହୋଦଧିରେ ବୁଡ଼ ପକାଇବା ସହ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। ଏହାପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରୁଛନ୍ତି ଭକ୍ତ। ପୁରୀ ବଡ଼ଦାଣ୍ଡ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଜନସମୁଦ୍ର ପାଲଟିଛି।

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ୪୫ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭକ୍ତଙ୍କ ସୁରକ୍ଷିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଯାତାୟାତ ଉପରେ ପ୍ରଶାସନ ନଜର ରଖିଛି।

ମାସେ ଧରି ମହାପ୍ରଭୁଙ୍କ ସାନ୍ନିଧ୍ୟରେ ବ୍ରତ ପାଳନ କରିବା ପରେ ହବିଷ୍ୟାଳିମାନେ ନିଜ ଘରକୁ ଫେରୁଛନ୍ତି। ହେଲେ ସାଙ୍ଗସାଥୀଙ୍କ ସହ ବିତାଇଥିବା ଦିନ, ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ଏବଂ କାଳିଆ ଠାକୁରଙ୍କ ଦର୍ଶନର ସ୍ମୃତି ସେମାନଙ୍କ ମନରେ ରହିଯିବ। ଏପଟେ କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତି ଓ ଭାବନାର ଅପୂର୍ବ ସମାଗମ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *