ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆରେ ଜିତିବାପାଇଁ ଭାରତର ପରିସ୍ଥିତି କର ବା ମର। ଏନେଇ ଚିନ୍ତିତ ହୋଇପଡ଼ିଛନ୍ତି ଭାରତୀୟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀର। ଏଥିପାଇଁ ଗୌତମ ଗମ୍ଭୀର ଶୁକ୍ରବାର ମହାକାଳ ଦର୍ଶନ କରି ଭଗବାନ ଶିବଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଗମ୍ଭୀର ଉଜ୍ଜୟିନୀର ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱର ମନ୍ଦିରରେ ଅନୁଷ୍ଠିତ ଦିବ୍ୟ ଭସ୍ମ ଆରତୀରେ ଅଂଶଗ୍ରହଣ କରିଥିଲେ। ମ୍ୟାଚ ଜିତିବାକୁ ଗମ୍ଭୀର ନଲଖେଡା ସ୍ଥିତ ବିଶ୍ବ ପ୍ରସିଦ୍ଧ ମା’ ବଗଳାମୁଖୀଙ୍କ ମନ୍ଦିରରରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚି ମା’ଙ୍କର ବିଶେଷ ପୂଜାର୍ଚ୍ଚନା କରିଛନ୍ତି। ଦେଶର ସୁଖ ଶାନ୍ତି, ସମୃଦ୍ଧି ସହିତ ଭାରତୀୟ ଟିମର ବିଜୟ ଏବଂ ସଫଳତା କାମନା କରିଛନ୍ତି।
ଏହା ବ୍ୟତୀତ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ନାଲଖେଡାର ବିଶ୍ୱ ପ୍ରସିଦ୍ଧ ମା ବଗଲାମୁଖୀ ମନ୍ଦିର ପରିଦର୍ଶନ କରିଥିଲେ। ସେ ମନ୍ଦିରରେ ବିଶେଷ ପୂଜା କରିଥିଲେ। ପୂଜା ସମୟରେ ଗମ୍ଭୀର ଦେଶର ଶାନ୍ତି, ସମୃଦ୍ଧି ଏବଂ ସଫଳତା ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ମନ୍ଦିର କମିଟିର ଅଧିକାରୀ ଏବଂ ଭକ୍ତମାନେ ଉପସ୍ଥିତ ଥିଲେ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ଏବଂ ଶେଷ ଦିନିକିଆ ରବିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଦୁଇ ଦଳ ବର୍ତ୍ତମାନ ସିରିଜରେ ୧-୧ରେ ବରାବର ଅଛନ୍ତି। ଗୌତମ ଗମ୍ଭୀରଙ୍କ ମାର୍ଗଦର୍ଶନରେ, ଟିମ ଇଣ୍ଡିଆ ସିରିଜକୁ ୨-୧ରେ ଜିତିବା ଲକ୍ଷ୍ୟରେ ରହିବ।
ଭାରତୀୟ ଦଳ ପ୍ରଥମ ଦିନିକିଆରେ ଛଅଟି ବଲ ବାକି ଥାଇ ଚାରି ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଏହାପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ସାତ ୱିକେଟରେ ଜିତି ସିରିଜକୁ ୧-୧ରେ ସମାନ କରିଥିଲା। ରବିବାର ଉଭୟ ଦଳ ସିରିଜ ଜିତିବା ଲକ୍ଷ୍ୟରେ ରହିବେ। ଭାରତୀୟ ଦଳରେ ସାମିଲ ହେବାକୁ ଏବେ ଲମ୍ବା ରେସ୍ । ଦିନକୁ ଦିନ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ବଢୁଛି । କିନ୍ତୁ ଅନେକ ସମୟରେ ଭଲ ପ୍ଲେୟାରଙ୍କୁ ସୁଯୋଗ ମିଳୁନି । ଫେଭରେଟିଜିମ୍ ପାଇଁ ଟପ୍ ପ୍ଲେୟାର ବାଦ୍ ପଡୁଛନ୍ତି । ଯାହା ଆମେ କିଛି ଦିନ ହେଲା ଭାରତୀୟ କ୍ରିକେଟରେ ଦେଖିବାକୁ ପାଉଛେ। ଯାହାକୁ ନେଇ କୋଚ୍ ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ସ୍ପିନର ଆର୍ ଅଶ୍ୱିନ୍ ।
ଅଶ୍ୱିନ୍ କହିଛନ୍ତି ଯେ, ଅର୍ଶଦୀପ ସିଂଙ୍କୁ ଲଗାତାର ଭାବେ ପ୍ଲେଇଂ ଇଲେଭେନରୁ ବାଦ୍ ଦିଆଯାଉଛି। ଯାହା ଠିକ୍ ନୁହେଁ । ଫାଇନାଲରେ ସେ ଖେଳିବେ ବୋଲି କୁହାଯାଉଛି । କିନ୍ତୁ ଦଳରେ ବାମହାତୀ ଦ୍ରୁତ ବୋଲରଙ୍କୁ ସୁଯୋଗ ଦେଲେ ଭଲ ହୁଏ । ସହଜରେ ପ୍ରତିପକ୍ଷ ବ୍ୟାଟର ବାମହାତୀ ବୋଲରଙ୍କୁ ପଢିପାରନ୍ତି ନାହିଁ । ସେ ଆହୁରି କହିଛନ୍ତି ଯେ, ଭାରତ ଏବଂ ନ୍ୟୁଜିଲାଣ୍ଡି ବିପକ୍ଷ ସିରିଜରେ ବୋଲରଙ୍କ ମଧ୍ୟରେ ଅଧିକ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ପ୍ରସିଦ୍ଧ କ୍ରିଷ୍ଣା ଏବଂ ହର୍ଷିତ ରାଣାଙ୍କ ପାଇଁ ଅଭିଜ୍ଞତା ଦରକାର । କିନ୍ତୁ କେହି ହେଲେ ଅର୍ଶଦୀପଙ୍କ କଥା ଭାବୁ ନାହାଁନ୍ତି । ପୂର୍ବରୁ ସେ ଅନେକ ମ୍ୟାଚ୍ ଓ୍ୱିନିଂ ବୋଲିଂ କରିଛନ୍ତି । କଣ ପାଇଁ ଅର୍ଶଦୀପଙ୍କୁ ବାହାରେ ବସିବାକୁ ପଡୁଛି ବୋଲି ଅଶ୍ୱିନ୍ ପ୍ରଶ୍ନ କରିଛନ୍ତି ।

