କଟକ ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ପରେ ଚେତିଲା ବିଭାଗ। ଭୁବନେଶ୍ବର ଏମ୍ସ ସମେତ ୩୫ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଭାଗ। ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ରାଜ୍ୟ ସରକାରଙ୍କ ମୁଣ୍ଡରେ ଏକ କଳଙ୍କ ବୋଳିଥିଲା। ଘଟଣାକୁ ନେଇ ବିଭାଗ ଚେତିବା ସହ ତତ୍ପରତା ଦେଖାଇଥିବା ଜଣାପଡ଼ିଛି।
ରାଜ୍ୟର ପ୍ରମୁଖ ହସ୍ପିଟାଲ ଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଯାଞ୍ଚ କରିଛି ବିଭାଗ। ଏହାସହ ବୈଧତା ସରିଥିବା ୩୫ରୁ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ବା ସୋ’ କଜ୍ ନୋଟିସ୍ ଜାରି କରିଛି ବିଭାଗ। ନୋଟିସ୍ ଜାରି ସହ ଆଗାମୀ ୫ ଦିନ ମଧ୍ୟରେ ନବୀକରଣ ପ୍ରମାଣପତ୍ର ଦାଖଲ ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି। ହସ୍ପିର୍ଟଲ ଗୁଡ଼ିକ ପ୍ରମାଣପତ୍ର ଦାଖଲ ନ କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ଚେତାବନୀ ଦେଇଛି।

