• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
28 Nov 2026, Sat

ପୁଲିସ କର୍ମଚାରୀଙ୍କ ଘରୁ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗହଣା ଚୋରି

ପୁଲିସ ବିଭାଗରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଝରକା ତାଡ଼ି ଘର ଭିତରେ ପଶି ଆଲମିରା ଭାଙ୍ଗି ସୁନା ଓ ରୁପା ଗହଣା ସହ ନଗଦ ଟଙ୍କା ଲୁଟି ନେଇଛନ୍ତି। ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅଭିଯୋଗ ହୋଇଛି। ଏନେଇ ଗୋପାଳପୁର ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଘର ଖାଲି ଥିବା ସୁଯୋଗ ନେଲେ ଚୋର

ସୂଚନା ଅନୁଯାୟୀ, ବାହାନଗା ବ୍ଲକ୍‌ର ପଣ୍ଡାଶୁଣୀ ପଞ୍ଚାୟତ ଅନ୍ତର୍ଗତ ଉତ୍ତର କୁଅଁର ଗ୍ରାମରେ ରାହାସ ବିହାରୀ ପାଣ୍ଡିଆ ଘର କରି ରହୁଛନ୍ତି। ସେ ପୁଲିସ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଗତ ଗୁରୁବାର ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ତେଣୁ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ପରିବାରର ସମସ୍ତ ସଦସ୍ୟ ନିଜ ଗାଁକୁ ଯାଇଥିଲେ।

ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଘରର ଝରକା ଗ୍ରିଲ୍‌ ତାଡ଼ି ଭିତରେ ପ୍ରବେଶ କରିଥିଲେ। ପରେ ଘର ଭିତରେ ଥିବା ଆଲମିରାକୁ ଭାଙ୍ଗି ସେଥିରେ ରଖାଯାଇଥିବା ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ।

ସୁନା ଗହଣା ସହ ନଗଦ ଟଙ୍କା ଲୁଟ୍‌

ଦୁର୍ବୃତ୍ତମାନେ ସୁନା ଚେନ୍‌, କାନଫୁଲ, ରୁପା ବ୍ରେସଲେଟ୍‌ ସମେତ ଅନ୍ୟାନ୍ୟ ମୂଲ୍ୟବାନ ଗହଣା ଏବଂ ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଚୋରି ହୋଇଥିବା ସମସ୍ତ ସାମଗ୍ରୀର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଭିଯୋଗରେ ଦର୍ଶାଯାଇଛି।

ଘଟଣାସ୍ଥଳରେ ପୁଲିସ, ଆରମ୍ଭ ହେଲା ତଦନ୍ତ

ଘଟଣା ସମ୍ପର୍କରେ ଗୋପାଳପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। କିଏ ଏହି ଚୋରି ପଛରେ ରହିଛି ଏବଂ ଲୁଟ୍‌ ହୋଇଥିବା ସାମଗ୍ରୀ କେଉଁଠି ଅଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ତେବେ ଏହି ଘଟଣାରେ ଏଯାଏଁ କାହାରି ସମ୍ପୃକ୍ତି ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *