26 Sep 2026, Sat

UPIରେ ୧୮% GST ନେଇ ବଢ଼ିଲା ଦ୍ୱନ୍ଦ୍ୱ, ସ୍ପଷ୍ଟ କଲା NPCI

UPI ପେମେଣ୍ଟକୁ ନେଇ ବଡ଼ ଖବର! ₹୨,୦୦୦ରୁ ଅଧିକ ଟ୍ରାଞ୍ଜାକ୍ସନରେ MDR ନେଇ ଚର୍ଚ୍ଚା ମଧ୍ୟରେ GSTକୁ ନେଇ ଏବେ ସ୍ପଷ୍ଟୀକରଣ ଦେଇଛି NPCI।

ଦାବି ଅନୁସାରେ, ୧୫ ଅକ୍ଟୋବର ୨୦୨୬ରୁ ₹୨,୦୦୦ରୁ ଅଧିକ Person-to-Merchant ବା P2M UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଲାଗୁ ହେବ। ତେବେ ଏହି ଚାର୍ଜ ଗ୍ରାହକ ନୁହେଁ, ମର୍ଚ୍ଚାଣ୍ଟଙ୍କ ଉପରେ ଲାଗୁ ହେବ ବୋଲି ଦିଆଯାଇଥିବା ସୂଚନାରେ କୁହାଯାଇଛି।

ଏହାକୁ ନେଇ MDR ଉପରେ ୧୮ ପ୍ରତିଶତ GST ଲାଗିବ ବୋଲି ଚର୍ଚ୍ଚା ହେବା ପରେ NPCI ସ୍ପଷ୍ଟ କରିଛି ଯେ GST ସମ୍ପୂର୍ଣ୍ଣ UPI ଟ୍ରାଞ୍ଜାକ୍ସନ୍ ଅମାଉଣ୍ଟ ଉପରେ ଲାଗିବ ନାହିଁ।

ଉଦାହରଣ ସ୍ୱରୂପ, ₹୧୦,୦୦୦ର ପେମେଣ୍ଟରେ ୦.୪ ପ୍ରତିଶତ MDR ହେଉଛି ₹୪୦। ତେଣୁ ୧୮ ପ୍ରତିଶତ GST ଲାଗୁ ହେଲେ ତାହା MDR ଅର୍ଥାତ୍ ₹୪୦ ଉପରେ ହିସାବ ହେବ, ସମ୍ପୂର୍ଣ୍ଣ ₹୧୦,୦୦୦ ଉପରେ ନୁହେଁ।

ଅନ୍ୟପକ୍ଷରେ, ₹୨,୦୦୦ ପର୍ଯ୍ୟନ୍ତ UPI ଟ୍ରାଞ୍ଜାକ୍ସନ୍ ଉପରେ MDR ନଥିଲେ ଏହା ଉପରେ MDR ସମ୍ବନ୍ଧୀୟ GST ମଧ୍ୟ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟୀକରଣ ଦିଆଯାଇଛି।

ତେବେ ଛୋଟ ଦୋକାନୀଙ୍କ ପାଇଁ GST ଓ Input Tax Creditକୁ ନେଇ ଅଲଗା ପ୍ରଶ୍ନ ରହିଛି। GSTରେ ପଞ୍ଜୀକୃତ ନଥିବା ବ୍ୟବସାୟୀ ITC ନେଇପାରିବେ ନାହିଁ। ତେଣୁ ଏହି ବ୍ୟବସ୍ଥାରେ ଛୋଟ ମର୍ଚ୍ଚାଣ୍ଟଙ୍କ ଉପରେ ପ୍ରଭାବ କିପରି ପଡ଼ିବ, ତାହା ନେଇ ଆଗାମୀ ନିଷ୍ପତ୍ତି ଉପରେ ନଜର ରହିଛି।

ଅର୍ଥାତ୍, UPI ବ୍ୟବହାର କରୁଥିବା ଗ୍ରାହକଙ୍କୁ ସିଧାସଳଖ MDR ଦେବାକୁ ପଡ଼ିବ କି ନାହିଁ—ଏବଂ ମର୍ଚ୍ଚାଣ୍ଟଙ୍କ ପାଇଁ ନିୟମ କିପରି ଲାଗୁ ହେବ—ସେନେଇ ଅଧିକାରିକ ନିୟମ ଓ ପରବର୍ତ୍ତୀ ସରକାରୀ ସ୍ପଷ୍ଟୀକରଣ ଗୁରୁତ୍ୱପୂର୍ଣ୍ଣ ହେବ।

Leave a Reply

Your email address will not be published. Required fields are marked *