17 Oct 2026, Sat

ଭିଜିଲାନ୍ସ ଜାଲରେ ବାଲିଗୁଡା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଭିଜିଲାନ୍ସ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଛି। ଭୁବନେଶ୍ବରରେ ୪ଟି ସ୍ଥାନ ସମେତ  ବାରିପଦା, ଯାଜପୁରର ଧର୍ମଶାଳା ଏବଂ ବାଲିଗୁଡାରେ ମଧ୍ୟ ରେଡ କରାଯାଉଛି।

ଭୁବନେଶ୍ୱର ନୀଳାଦ୍ରି ବିହାରରେ ଚାରି ମହଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ତିନି ମହଲା ଘର, ପଟିଆ କାନନ ବିହାର ଫେଜ୍ -୧ରେ ଦୁଇ ମହଲା ଘର, ଏବଂ ଚନ୍ଦ୍ରଶେଖରପୁରରେ ଦୁଇ ମହଲା ବିଶିଷ୍ଟ ଘର ଠାବ କରାଯାଇଛି। ଯାଜପୁର ଜିଲ୍ଲା ଧର୍ମଶାଳା କଲେଜ ନିକଟ ପାଣ୍ଡୁଆ ଗ୍ରାମରେ ପୈତୃକ ଜମି ଉପରେ ନିର୍ମିତ ଦୁଇ ମହଲା ଘର ଠାବ କରିଛି ଭିଜିଲାନ୍ସ।

ବାରିପଦା ସହରର ଦେଉଳ ସାହି, ୱାର୍ଡ ନଂ-୯ରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ଧର୍ମଶାଳାର ପାଣ୍ଡୁଆ ଗ୍ରାମରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର, ବାଲିଗୁଡାସ୍ଥିତ ସ୍ୱତନ୍ତ୍ର ଅଧିକାରୀ, ଆଇଟିଡିଏ କାର୍ଯ୍ୟାଳୟରେ ଥିବା ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ, ଆଇଟିଡିଏ କାର୍ଯ୍ୟାଳୟ ନିକଟ ବାଲିଗୁଡାରେ ଥିବା ତାଙ୍କ ସରକାରୀ ବାସଭବନରେ ଚାଲିଛି ରେଡ୍।

Leave a Reply

Your email address will not be published. Required fields are marked *