ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ରାଜ୍ୟରେ ୨ ଦିନ ଭୀଷଣ, ଅତି ପ୍ରବଳ ଓ ପ୍ରବଳ ବର୍ଷା ହେବା ସହ ୫ ଦିନ ଯାଏ ବର୍ଷା ଲାଗିରହିବ।। କେନ୍ଦୁଝର ମୟୁରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡ଼ ଏହି ୬ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି
ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ,ବୌଦ୍ଧ ସୋନପୁର ବଲାଙ୍ଗୀର ଓ ନୂଆପଡା ଏହି ୧୧ ଜିଲ୍ଲାରେ ପ୍ରବଳ ବର୍ଷ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି। ଅବଶିଷ୍ଟ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ରାଜ୍ୟରେ ୧୧ ତାରିଖ ଯାଏ ବର୍ଷା ସମ୍ଭାବନା ସହ ଚେତାବନୀ ମଧ୍ୟ ରହିଛି। ସେପଟେ ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ୪୦ ରୁ ୫୦ ସର୍ବାଧିକ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ସମୁଦ୍ର ଅଶାନ୍ତ ରହିବ ଏଥିପାଇଁ ସମୁଦ୍ରକୁ ମତ୍ସ୍ୟଜୀବିଙ୍କୁ ଯିବାକୁ ବାରଣ ଜରାଯାଇଛି।

