17 Oct 2026, Sat

ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । କାହିଁକି ନା କିଛି ଦିନ ଧରି ସୁନା ଦର ବୃଦ୍ଧି ପାଉଥିବା ବେଳେ ଏବେ ଏଥିରେ ଲାଗିଛି ବ୍ରେକ୍‌ । ଲଗାତର ୧୧ ଦିନ ଧରି କମିବାରେ ଲାଗିଛି ସୁନା ଦର୍‌ । ବିଗତ କିଛି ଦିନ ଧରି ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଏବେ ଦାମ୍ କମିବାରୁ ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ମିଳିଛି ।

ଜୁନ୍ ମାସ ଆରମ୍ଭରୁ ସୁନା ଦରରେ ଦେଖିବାକୁ ମିଳୁଛି ବଡ଼ ପରିବର୍ତ୍ତନ । ଜୁନ୍‌ ୧ରୁ କମିବାରେ ଲାଗିଛି ସୁନା ରେଟ୍‌ । ୧୧ ଦିନ ମଧ୍ୟରେ ୧୦ ହଜାର ଟଙ୍କା କମିଛି ସୁନା ଦର । ସବୁଠୁ ବଡ଼ କଥା ହେଉଛି ଗତ ଦୁଇ ଦିନ ମଧ୍ୟରେ ହିଁ ୭ ହଜାର ଟଙ୍କା କମିଛି । ଆଗକୁ ରଜ ଥିବାରୁ ସୁନା ଦରରେ ହ୍ରାସ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ବସ୍ତି ଆଣିଛି ।

ମିଳିଥିବା ତଥ୍ୟ ଅନୁସାରେ, ଜୁନ୍ ୧ ତାରିଖରେ ୨୪ କ୍ୟାରେଟ୍ ସୁନା ଦର ପ୍ରତି ଗ୍ରାମ ପିଛା ୧୫ ହଜାର ୬୨୨ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୪ ହଜାର ୩୨୦ ଟଙ୍କା ଥିଲା । ଅନ୍ୟପଟେ ଗତ ଜୁନ୍ ୯ ତାରିଖରେ ୨୪ କ୍ୟାରେଟ୍‌ ସୁନା ଦର ପ୍ରତି ଗ୍ରାମ ପିଛା ୧୫ ହଜାର ୩୧୬ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୪ ହଜାର ୪୦ ଟଙ୍କା ରହିଥିଲା ।

ଯଦି ଆଜି ଅର୍ଥାତ ଜୁନ୍‌ ୧୧ର ରେଟ୍‌ କଥା କହିବା ତାହାଲେ ଆଜି ୨୪ କ୍ୟାରେଟ୍ ସୁନା ଦର ପ୍ରତି ଗ୍ରାମ ପିଛା ୧୪ ହଜାର ୫୬୪ ଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ରହିଛି ୧୩ ହଜାର ୩୫୦ ଟଙ୍କା । ଦର ବଢ଼ୁଥିବା ବେଳେ ଲୋକ ସୁନା ପ୍ରତି ମୁହଁ ଫେରାଉଥିବା ବେଳେ ଏବେ କିନ୍ତୁ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟ ବଢ଼ିଛି ଉତ୍ସାହ । ତେବେ ବିଶେଷଜ୍ଞଙ୍କ ମତରେ ମଧ୍ୟପ୍ରାଚ୍ୟ ସଙ୍କଟ ପାଇଁ ସୁନା ଦରରେ ଏଭଳି ଅସ୍ଥିରତା ଦେଖିବାକୁ ମିଳୁଛି । ତେବେ ଆଗକୁ ସୁନା ଦରରେ ଏଭଳି ଅସ୍ଥିରତା ଲାଗି ରହୁଛି ନା ପୁଣି ଥରେ ଦର ବଢ଼ୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *