17 Oct 2026, Sat

ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲେ ୭ ଜଣ। ସନ୍ଧ୍ୟାରେ ଘଟିଛି ଭୟଙ୍କର ଦୁର୍ଘଟଣା। ଏହାସହ ୨୦ ନିଖୋଜ ହୋଇଥିବା ସୂଚନା ରହିଛି। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ନାଜିରାବାଦ ଅଞ୍ଚଳରେ ଥିବା ଏକ ଡ୍ରାଇ ଫୁଡ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଲମ୍ବା ପାଇପ୍ ମାଧ୍ୟମରେ ପାଣି ଯୋଗାଣ ବିଳମ୍ବ ହେବାରୁ ନିଆଁ ନିୟନ୍ତ୍ରଣରେ ଅଧିକ ସମୟ ଲାଗିଥିଲା। କିଛି ସ୍ଥାନରେ ଏବେ ମଧ୍ୟ ନିଆଁ ଜଳୁଥିବା ଜଣାପଡିଛି । ତେବେ ଗୋଦାମରେ ନିଆଁ କିପରି ଲାଗିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି।

ଗୋଦାମ ଭିତରୁ ୭ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କୁ ଖୋଜାଖୋଜି ଚାଲିଛି । ତେବେ ନିଆଁକୁ ଆଂଶିକ ଭାବେ ନିୟନ୍ତ୍ରଣ କରିବା ପରେ, ଦମକଳ କର୍ମଚାରୀମାନେ ଗ୍ୟାସ କଟର ସାହାଯ୍ୟରେ ଗୋଦାମ ଭିତରକୁ ପ୍ରବେଶ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ତେବେ ଗୋଦାମଟି ଏକ ସଂକୁଚିତ ଗଳିରେ ଥିବାରୁ ଦମକଳ ବିଭାଗକୁ ନିଆଁ ନିୟନ୍ତ୍ରଣରେ ଭୟଙ୍କର ସମସ୍ୟା ହୋଇଥିଲା।ପୋଲିସ ଓ ଦମକଳ ବିଭାଗ ଅନୁସାରେ, ସାରା ଦେଶ ଆଜି ଗଣତନ୍ତ୍ର ଦିବସ ପାଳୁଥିବା ବେଳେ କୋଲକାତାର ନାଜିରାବାଦରେ ଥିବା ଏକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।

ଭୋର ପ୍ରାୟ ୩ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏନେଇ ଖବର ପାଇବା ପରେ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆଁୟତ୍ତ କରିାବକୁ ଚେଷ୍ଟା କରିଥିଲେ । ନିଆଁଲିଭା କାର୍ଯ୍ୟରେ ୫ଟି ଦମକଳ ଗାଡ଼ି ନିଯୁକ୍ତ କରାଯାଇଥିଲା।ନାଜିରାବାଦର ଏହି ଗୋଦାମରେ ଡ୍ରାଏ ଫ୍ରୁଟ୍ସ ପ୍ୟାକେଟ୍ ଏବଂ ସଫ୍ଟ ଡ୍ରିଙ୍କ୍ସ ବୋତଲ ରଖାଯାଇଥିଲା। ଅଧିକାରୀଙ୍କ କହିବା ଅନୁସାରେ, ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ଦେଖୁ ଦେଖୁ ସେ ପୁରା ଗୋଦାମ ସାରା ବ୍ୟାପିଯାଇଥିଲା । ଏଥିସହ ପାଖରେ ଥିବା ଅନ୍ୟ ଦୁଇଟି ଗୋଦାମକୁ ମଧ୍ୟ ବ୍ୟାପିଯାଇଥିଲା । ନିଆଁରେ ଗୋଦାମରେ ଥିବା ପ୍ରାୟ ସମସ୍ତ ସାମଗ୍ରୀ ଜଳିଯାଇଛି। ଏହାସହ କୋଟି କୋଟି ସମ୍ପତ୍ତିର ଜିନିଷ ନଷ୍ଟ ହୋଇଯାଇଛି। ଏବେବି ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଗକୁ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିପାରେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *