17 Oct 2026, Sat

ପୁଣିଥରେ ଭାରତକୁ ଧମକ ଦେଲା ପାକିସ୍ତାନ। ଗଳା ଫଟେଇ ଚିତ୍କାର କରି କରି ଭାରତକୁ ଧମକ ଦେଲା ପାକ୍‌। ହେଲେ କାହିଁକି ଏବଂ ଏମିତି କଣ ହେଲାଯେ, ପୁଣି ଥରେ ଭାରତକୁ ଧମକ ଦେଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦଳ ପିଏମଏଲ-ଏନର ନେତା କାମରାନ ସଇଦ ଓସମାନି ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ପାକିସ୍ତାନ ଏବଂ ବାଂଲାଦେଶର ପତାକା ଧରିଥିବାର ଦେଖାଯାଉଛି। ଏହାସହ ଏହି ଭିଡିଓରେ ସେ ଭାରତକୁ ଟାର୍ଗେଟ କରିଛନ୍ତି।ଭିଡ଼ିଓ ବାର୍ତ୍ତାରେ କାମରାନ ସଇଦ ଭାରତ ବିରୁଦ୍ଧରେ କଠୋର ଶବ୍ଦ ବ୍ୟବହାର କରିଛନ୍ତି।

ସେ କହିଛନ୍ତି ଯେ ବାଂଲାଦେଶର ସାର୍ବଭୌମତ୍ୱ ଉପରେ ଯେକୌଣସି ଆକ୍ରମଣର ଜବାବ ଦିଆଯିବ। ସେ ମେ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଉଲ୍ଲେଖ କରି ଅଧିକ ଆକ୍ରମଣାତ୍ମକ ସ୍ବରରେ ନିଜର ମତ ରଖିଛନ୍ତି। ଭିଡିଓଟି ମେଘା ଅପଡେଟ ନାମକ ଏକ ଚ୍ୟାନେଲରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟୁଇଟର) ରେ ପୋଷ୍ଟ କରାଯାଇଛି। ଭିଡିଓଟି ଏପର୍ଯ୍ୟନ୍ତ ୧.୨୫ ଲକ୍ଷରୁ ଅଧିକ ଭ୍ୟୁ ପାଇଛି।ତାଙ୍କ ବୟାନରେ, ପିଏମଏଲ-ଏନ ନେତା ନିଜକୁ ବାଂଲାଦେଶର ଇତିହାସ, ସଂଘର୍ଷ ଏବଂ ବଳିଦାନକୁ ସମ୍ମାନ କରୁଥିବା ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଥିଲେ ଯେ ବାଂଲାଦେଶ କାହାର ଦାସ ହେବ ନାହିଁ ଏବଂ ପାକିସ୍ତାନର ଲୋକମାନେ ତାଙ୍କ ସହିତ ଠିଆ ହୋଇଛନ୍ତି। ସେ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ସଂହତି ବୃଦ୍ଧି ପାଉଛି।

ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ରାଜନୈତିକ ପରିବର୍ତ୍ତନ ମଧ୍ୟରେ, ପାକିସ୍ତାନ ସହିତ ଏହାର ଘନିଷ୍ଠତା କ୍ରମଶଃ ଦୃଶ୍ୟମାନ ହେଉଛି। ଏହି ପରିପ୍ରେକ୍ଷୀରେ, ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ)ର ଜଣେ ନେତାଙ୍କ ଏକ ବୟାନ ଆଲୋଡ଼ନ ସୃଷ୍ଟି କରିଛି। ଏହି ବୟାନରେ ସେ ଦାବି କରିଛନ୍ତି ଯେ ଯଦି ବାଂଲାଦେଶ କୌଣସି ଚାପ କିମ୍ବା ଆକ୍ରମଣର ଶିକାର ହୁଏ ତେବେ ପାକିସ୍ତାନ ଢାକା ସହିତ ଠିଆ ହେବ।ତେବେ ଭାରତ ସରକାର ନିଶ୍ଚୟ ଏହାର ଜବାବ ଦେବେ। ଅନ୍ୟପଟେ ଅସୁରକ୍ଷିତ ହିନ୍ଦୁ ବାଂଲାଦେଶରେ । ପିଟି ପିଟି ମାରିଦେଲେ, ପୁଣି ନିଆଁ ଲଗାଇ ଜାଳିଦେଲେ । ବାଂଲାଦେଶର ମହମ୍ମଦ ୟୁନୁସଙ୍କ ଶାସନରେ ହିନ୍ଦୁଙ୍କ ଉପରେ ବଢ଼ିବାରେ ଲାଗିଛି ଅତ୍ୟାଚାର । ୨ ସପ୍ତାହ ମଧ୍ୟରେ ବାଂଲାଦେଶରେ ଚତୁର୍ଥ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଛି । ଯାହାକୁ ନେଇ ଭାରତୀୟ ମଧ୍ୟ ଚିନ୍ତାରେ।

Leave a Reply

Your email address will not be published. Required fields are marked *