17 Oct 2026, Sat

ମଙ୍ଗଳବାର ଥିଲା କଟକ ବାରବାଟୀ ଷ୍ଟାଡିୟମରେ ଭାରତର ହାଇଭୋଲଟେଜ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ। ଏହି ମ୍ୟାଚରେ ଭାରତୀୟ ଟିମର ଖେଳାଳି ଜବରଦସ୍ତ ପ୍ରଦର୍ଶନ କରିଥିଲେ। କାଲି ବାରବାଟୀରେ ଚମକିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଧୂଆଁଧାର ବ୍ୟାଟିଂ କରି ୨୮ ବଲରେ ୫୯ ରନ କରି ଅପରାଜିତ ଥିଲେ। ଛଅଟି ଚୌକା ସହ ଚାରୋଟି ଛକା ମାରି ଦର୍ଶକଙ୍କୁ ଖୁବ ଏଣ୍ଟରଟେନ କରିଥିଲେ। ହାର୍ଦ୍ଦିକଙ୍କ ପ୍ଲେୟାର ଅଫ ଦି ମ୍ୟାଚରେ ପୁରସ୍କୃତ କରାଯାଇଥିଲା। ଅନ୍ୟପକ୍ଷେ ହାର୍ଦ୍ଦିକ ଏହି ମୁକାବିଲାରେ ଟି-୨୦ କ୍ୟାରିୟରରେ ୧୦୦ତମ ଛକା ମାରିଥିଲେ।

ଏସିଆକପରେ ହାର୍ଦ୍ଦିକ କ୍ବାଣ୍ଡ୍ରିସେପ୍ସ ମାନେ ଜଂଘରେ ଥିବା ମାଂସପେଶୀରେ ଆଘାତ ପାଇଥିଲେ। ସେଥିପାଇଁ ୨ମାସ ହେଲା ପାଣ୍ଡ୍ୟା ସୁସ୍ଥ ହେବାକୁ କ୍ରିକେଟରେ ଦୂରରେ ଥିଲେ। ଗତକାଲି କଟକରେ ପାଣ୍ଡ୍ୟାଙ୍କର ପ୍ରଥମ ମ୍ୟାଚ ଥିଲା। ଆଉ ଏଥିରେ ସେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ପାଣ୍ଡ୍ୟା ମ୍ୟାଚ ସରିବା ପରେ ତାଙ୍କ ଆଘାତ ସମସ୍ୟାକୁ ନେଇ ମଧ୍ୟ ଖୋଲିକି କହିଥିଲେ। ବିସିସିଆଇ ଏହାକୁ ନେଇ ଏକ ଭିଡିଓ ମଧ୍ୟ ଶେୟାର କରିଛି।

ପାଣ୍ଡ୍ୟା କହିଥିଲେ ଯେ, ଏମିତି ବହୁବାର ଆପଣ ଦେଖିଥିବେ ଯେତେବେଳେ ଆପଣ ଆହତ ହୋଇଥିବେ ତାହା ବାରମ୍ବାର ତୁମର ପରୀକ୍ଷା ନେଉଥିବ। ମାନସିକ ସ୍ଥିତି ମଧ୍ୟ ଠିକ ରୁହେନି ବାରମ୍ବାର ଲାଗେ ଯେ, ମୁଁ ଆଉଥରେ ପ୍ରତ୍ୟାବର୍ତ୍ତନ କରିପାରିବି ତ? ଏଥିପାଇଁ ମୋ ପ୍ରିୟଜନଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ଯେଉଁମାନେ ମୋତେ ବହୁତ ସପୋର୍ଟ କରିଛନ୍ତି। ଏଭଳି କହିସାରିବାପରେ ତୁରନ୍ତ ହାର୍ଦ୍ଦିକ ଆଗକୁ କହିଥିଲେ, “ମୁଁ ମୋ ପାର୍ଟନରଙ୍କୁ ଏଥିପାଇଁ ସ୍ପେଶାଲି ମେନ୍ସନ କରିବାକୁ ଚାହୁଁଛି। ସେ ଯେବେ ଠୁ ମୋ ଜୀବନରେ ଆସିଛନ୍ତି ମୋ ସହ ସବୁ ଭଲ ହେଉଛି। ବହୁତ ସାରା ଧନ୍ୟବାଦ କହିଛନ୍ତି। କିନ୍ତୁ ମାହିକାଙ୍କ ନାଁ କହିନାହାନ୍ତି।

Leave a Reply

Your email address will not be published. Required fields are marked *