17 Oct 2026, Sat

ଭାରତ ପାଇଁ ୯୩ ନିୟୁତ ଡଲାରର ସାମରିକ ପ୍ୟାକେଜକୁ ଅନୁମୋଦନ କରିଛି ଆମେରିକା, ଯାହା ଦ୍ୱାରା ଭାରତ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ ଏବଂ ଏକ୍ସକାଲିବର ପ୍ରିସିସନ୍-ଗାଇଡେଡ୍ ଆର୍ଟିଲାରୀ ରାଉଣ୍ଡର ଏକ ନୂତନ ବ୍ୟାଚ୍ କିଣିପାରିବ। ଏହି ଡିଲ୍ ଅନୁସାରେ ଭାରତ ୧୦୦ଟି FGM-୧୪୮ ଜାଭେଲିନ୍ ମିସାଇଲ୍, ୨୫ଟି ହାଲୁକା କମାଣ୍ଡ ଲଞ୍ଚ ୟୁନିଟ୍ ଏବଂ ୨୧୬ଟି ଏକ୍ସକାଲିବର ଆର୍ଟିଲାରୀ ରାଉଣ୍ଡ ପାଇବ। RTX ଏବଂ ଲକହିଡ ମାର୍ଟିନ ଦ୍ୱାରା ମିଳିତ ଭାବରେ ବିକଶିତ ଜାଭେଲିନ କ୍ଷେପଣାସ୍ତ୍ର ପ୍ରଣାଳୀ। ସ୍ଥଳ ବାହିନୀକୁ ସଶସ୍ତ୍ର ଟାର୍ଗେଟ ବିରୋଧରେ ଅତ୍ୟନ୍ତ ସଠିକ ଦୀର୍ଘ ଦୂରଗାମୀ ଆକ୍ରମଣ କରିବାର କ୍ଷମତା ପ୍ରଦାନ କରିବ।

ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି ତଥା DSCA ଏହି ପ୍ରସ୍ତାବ ବିଷୟରେ ଆମେରିକୀୟ କଂଗ୍ରେସକୁ ଆନୁଷ୍ଠାନିକ ଭାବରେ ସୂଚିତ କରିଛି। ବର୍ତ୍ତମାନ ଏବଂ ଭବିଷ୍ୟତର ବିପଦର ମୁକାବିଲା କରିବା ପାଇଁ ଭାରତର କ୍ଷମତାକୁ ବୃଦ୍ଧି କରିବ। ଭାରତ ଏହି ଅସ୍ତ୍ରଶସ୍ତ୍ର ଏବଂ ଉପକରଣଗୁଡ଼ିକୁ ଏହାର ସାମରିକ ଭିତ୍ତିଭୂମିରେ ସୁଗମ କରିବାକୁ ସକ୍ଷମ ହେବ। ଆମେରିକା ପ୍ରାୟ ୪୭ ନିୟୁତ ଡଲାର ମୂଲ୍ୟର ଏକ୍ସକାଲିବର ଗାଇଡେଡ ତୋପ ରାଉଣ୍ଡ ବିକ୍ରୟକୁ ମଧ୍ୟ ଅନୁମୋଦନ କରିଛି। ଯାହାର ମୋଟ ମୂଲ୍ୟ ପ୍ରାୟ ୯୩ ଡଲାର ନିୟୁତକୁ ପହଞ୍ଚାଇଛି।

ଅନ୍ୟପଟେ ଟ୍ରମ୍ପ କେତେବେଳେ କଣ କହୁଛନ୍ତି ସେ ନିଜେ ହିଁ ଜାଣି ପାରୁନାହାନ୍ତି। ପୂର୍ବରୁ ଅନ୍ୟ ଦେଶର ନାଗରିକଙ୍କୁ କହୁଥିଲେ । ଏବେ ନିଜ ଦେଶର ନାଗରିକଙ୍କ ଉପରେ ବର୍ଷିଲେଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆମେରିକୀୟ ମାନେ କିଛି କାମକୁ ନୁହେଁ ବୋଲି ସେ ସିଧାସଳଖ ଶୁଣାଇଛନ୍ତି ଟ୍ରମ୍ପ । ଏହାସହ ତାଇଓ୍ୱାନଠୁ କିଛି ଶିଖିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରବାସୀ ନାଗରିକଙ୍କୁ ସମର୍ଥନ କରି ଆମେରିକୀୟଙ୍କୁ ମାଇକ୍ରୋଚିପ୍ ତିଆରି କରିବା ଆସେ ନାହିଁ ବୋଲି ସେ କହିଛନ୍ତି । ଟ୍ରମ୍ପଙ୍କ ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ୟୁଏସ ଘରୋଇ ସେମିକଣ୍ଡକ୍ଟର ଚିପ୍ ତିଆରି ପାଇଁ ପ୍ରୟାସ କରୁଛି । ଟ୍ରମ୍ପଙ୍କ ବୟାନ ପରେ ୟୁଏସ ରାଜନୀତି ସରଗରମ ହୋଇ ଉଠିଛି ।

ଫ୍ଲୋରିଡାର ଗଭର୍ଣ୍ଣର କହିଛନ୍ତି ଯେ, କଂଗ୍ରେସରେ ରିପବ୍ଲିକାନ ବହୁମତରେ ରହିଛି । ସେମାନେ ଏଚ-୧ ଭିସାକୁ ଶେଷ କରିବା ପାଇଁ ନିୟମ କରିପାରନ୍ତି । ଯାହା ଆଗାମୀ ଦିନରେ ଦେଶ ପାଇଁ ସଙ୍କଟ ସୃଷ୍ଟି କରିବ । ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଆମେରିକାରେ ପ୍ରତିଭାବାନ ଲୋକଙ୍କ ଅଭାବ ଅଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିସାର ସମର୍ଥନରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ । ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ମାଇକ୍ରୋଚିପର ଆବିଷ୍କାର ପ୍ରଥମେ ଆମେରିକା ମାଟିରେ ହୋଇଥିଲା । ଜ୍ୟାକ୍ କିଲଭି ଏବଂ ରବର୍ଟ ନାୟସ ଆମେରିକୀୟ ଇଂଜିନିୟର ଏଦିଗରେ କାମ କରିଥିଲେ । ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ୟୁଏସକୁ ଫେରିଲେ ଭଲ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *