ବଲିଉଡ୍ ଅଭିନେତ୍ରୀ ମୃଣାଳ ଠାକୁର ଓ ଭାରତୀୟ କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କ କଥିତ ଡେଟିଂକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ମୁମ୍ବାଇର ବାନ୍ଦ୍ରାର ଏକ କାଫେରେ ଉଭୟଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହି ଚର୍ଚ୍ଚା ଆହୁରି ତୀବ୍ର ହୋଇଥିଲା। ତେବେ ଏହି ଗୁଜବ ଉପରେ ଏବେ ନିଜେ ପ୍ରତିକ୍ରିୟା ରଖିଛନ୍ତି ମୃଣାଳ ଠାକୁର। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଦାବିକୁ ନେଇ ମୃଣାଳ ଠାକୁର ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, “ଭାଇ ଆରାମ କରନ୍ତୁ।” ମୃଣାଳଙ୍କ ଏହି ପ୍ରତିକ୍ରିୟା ପରେ ଡେଟିଂକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନୂଆ ମୋଡ଼ ମିଳିଛି। ତେବେ ସେ ଯଶସ୍ୱୀଙ୍କ ସହ ନିଜ ସମ୍ପର୍କକୁ ନେଇ କୌଣସି ସ୍ପଷ୍ଟ ସ୍ୱୀକାରୋକ୍ତି କରିନାହାନ୍ତି।
ଜୁଲାଇ ଶେଷ ଭାଗରୁ ମୃଣାଳ ଓ ଯଶସ୍ୱୀଙ୍କ କଥିତ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବାନ୍ଦ୍ରା ୱେଷ୍ଟର ଏକ କାଫେରେ ଏକ ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ଯଶସ୍ୱୀଙ୍କ ସହ ଯୋଡ଼ି ବିଭିନ୍ନ ଦାବି କରାଯାଇଥିଲା। କିଛି ୟୁଜର ତ ଏହାକୁ ଉଭୟଙ୍କ ଡେଟିଂର ପ୍ରମାଣ ବୋଲି ମଧ୍ୟ ଦାବି କରିଥିଲେ। ଭାଇରାଲ୍ କ୍ଲିପ୍କୁ ନେଇ ଏହା ମଧ୍ୟ ଦାବି ହୋଇଥିଲା ଯେ, ମୃଣାଳ ଓ ଯଶସ୍ୱୀ ଏକାଠି ସେଠାକୁ ଆସିଥିଲେ ଏବଂ ପରେ ଅଲଗା ଅଲଗା ବାହାରିଥିଲେ। ଏହା ପରେ ଗୁଜବ ଆହୁରି ବଢ଼ିଥିଲା। ଅନ୍ୟପଟେ, କିଛି ସୋସିଆଲ ମିଡିଆ ଆଲୋଚନାରେ ଭିଡିଓଟି ବିଭିନ୍ନ କ୍ଲିପ୍କୁ ମିଶାଇ ପ୍ରସ୍ତୁତ କରାଯାଇଥିବା ଦାବି ମଧ୍ୟ ହୋଇଛି।

