ସାରା ରାଜ୍ୟରେ ଅସହ୍ୟ ତାତି। ଜଳୁଛି ପଶ୍ଚିମରୁ ଉପକୂଳ। ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ଡେଇଁଲା କିନ୍ତୁ, ତାପମାତ୍ରା ଓ ଆର୍ଦ୍ରତାକୁ ନେଇ ୫୦ ଡିଗ୍ରୀ ଭଳି ଭୟାନକ ତାତି ଅନୁଭବ କରିଥିଲେ ରାଜଧାନୀବାସୀ । ଶୁକ୍ରବାର ବୌଦ୍ଧ ତାପମାତ୍ରା ୪୧.୭ ଡିଗ୍ରୀ ଥିବାବେଳେ ସମ୍ବଲପୁର ୪୧.୨, ଭୁବନେଶ୍ୱର ଓ ଅନୁଗୁଳ ୪୧.୧, ଏବେ ଜାରି ରହିବ ଗରମ, ଗୁଳୁଗୁଳି ଝାରସୁଗୁଡ଼ା, ବଲାଙ୍ଗୀର, ତାଳଚେର ଓ ନୟାଗଡ଼ ୪୧ ଡିଗ୍ରୀ ଛୁଇଁଥିଲା । ହୀରାକୁଦ, ପାରଳାଖେମୁଣ୍ଡି, ଟିଟିଲାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା ୪୦ ଡିଗ୍ରୀ ଛୁଇଁଥିଲା । ଉପକୂଳରେ ପ୍ରାୟତଃ ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଗଲା । ଚାନ୍ଦବାଲି ୩୯.୬, କଟକ ୩୯.୪ ଡିଗ୍ରୀ ଥିଲା ।
ଭୁବନେଶ୍ୱରରେ ଶୁକ୍ରବାର ସକାଳୁ ତାତି ବଢ଼ିଯାଇଥିଲା । ଦିନ ଅଢ଼େଇଟା ବେଳକୁ ପାରଦ ୪୧ ଛୁଇଁଥିବାବେଳେ ଆର୍ଦ୍ରତା ୩୮% ପହଞ୍ଚିଥିଲା । ହିଟ୍ ଇଣ୍ଡେକ୍ସ ଆଧାରରେ ଭୁବନେଶ୍ୱରରେ ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହୋଇଥିଲା । ପାଣିପାଗ ବିଭାଗ ଆକଳନ କରିଛି, ୫-୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରତିଦିନ କିଛି କିଛି ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କେତେକ ଜିଲ୍ଲା ସହ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଗରମ ସାଙ୍ଗକୁ ଗୁଳୁଗୁଳି ଲାଗି ରହିବ।

