ଆପିଏଲ୍ ଫାଇନାଲ ବର୍ଥରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର। ଗତକାଲି ଧର୍ମଶାଳାରେ ଗୁଜରାଟ ଟାଇଟାନ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଆରସିବି। ରଜତ ପଟିଦାରଙ୍କ ଅପରାଜିତ ୯୩ ରନ RCBକୁ ବଡ଼ ବିଜୟ ଦେଇଛି। ଦଳ ପ୍ରଥମେ ବ୍ୟାଟିଂ କରି ୨୫୪ ରନର ବିଶାଳ ସ୍କୋର କରିଥଲା।
ତେବେ ଗୁଜରାଟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ କରିଥିଲା ମାତ୍ର ୧୬୨ ରନ୍। ଫଳରେ ଆରସିବି ୯୨ ରନର ବିଶାଳ ବ୍ୟବଧାନରେ ବିଜୟୀ ହୋଇଥିଲା। ଏହି ବିଜୟ ସହ ଆରସିବି ଲଗାତର ଦ୍ବିତୀୟ ଥର ପାଇଁ ଆଇପିଏଲ ଫାଇନାଲକୁ ଯାଇଛି। ସେହିଭଳି ମୋଟ ପଞ୍ଚମ ଥର ପାଇଁ ଆଇପିଏଲରେ ଫାଇନାଲ ବର୍ଥକୁ ଯିବାର ସଫଳତା ପାଇଛି ଆରସିବି।

