17 Oct 2026, Sat

୨୦୨୨ମସିହାରେ ବର୍ଷା ଅନୁଭବ ଏବଂ ତାଙ୍କ ପରିବାର ବିରୁଦ୍ଧରେ ଆଣିଥିଲେ ସଂଗୀନ ଅଭିଯୋଗ। ଶାଶୁ ଘରେ ତାଙ୍କୁ ପାରିବାରିକ ହିଂସାର ଶିକାର ହେବାକୁ ପଡୁଛି ବୋଲି ବର୍ଷା ଅଭିଯୋଗ କରି jmfc କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଛି, ତେଣୁ କ୍ଷତିପୂରଣ ବାବଦରେ ଏକ ନିର୍ଦ୍ଦିଷ୍ଟ ଅର୍ଥ ରାଶି ଦେବା ସହିତ ଭରଣ ପୋଷଣ ଲାଗି ଦାବି କରିଥିଲେ ବର୍ଷା ।

ନିମ୍ନ ଅଦାଲତଙ୍କ ଚାର୍ଜଫ୍ରେମକୁ କାଏମ ରଖିଲେ ହାଇକୋର୍ଟ । ଅନୁଭବ ଓ ସହଯୋଗୀ ଖଗେଶ୍ୱରଙ୍କ ବିରୋଧରେ ହେବ ବିଚାର । ପୁରୀଘାଟ ଥାନାରେ ବର୍ଷା ଦାୟର କରିଥିଲେ ଯୌତୁକ ଜନିତ ନିର୍ଯାତନା ମାମଲା । ଆଉ ଯାହା ପରେ ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଏହାସହ ଅନୁଭବଙ୍କ ବିରୋଧରେ ଚାଲିବ ମାମଲା ।

ମାମଲାରୁ ବାଦ ଦେବା ପାଇଁ ଅନୁଭବ କରିଥିଲେ ଆବେଦନ। ଯାହାକୁ ଖାରଜ କରିଛନ୍ତି କୋର୍ଟ । ସୂଚନା ଥାଉକି, ଅନୁଭବଙ୍କ ଘରେ ରହୁଥିବା ସମୟରେ ଅନୁଭବ ଓ ଅନ୍ୟ ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା। ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ବର୍ଷା । ଯାହାର ବିଚାର କରି ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ଆଗକୁ ଅନୁଭବଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା । ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ କାଏମ ରଖିଲେ ହାଇକୋର୍ଟ ।ପୁରୀଘାଟ ଥାନାରେ ହୋଇଥିଲା ନିର୍ଯାତନା ମାମଲା । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି HC ଯାଇଥିଲେ ଅନୁଭବ।

ଅନ୍ୟପଟେ ଜାଗୃତି ଶୁକ୍ଳାଙ୍କ ସହ ଜୀବନର ଦ୍ଵିତୀୟ ଇନିଂସ ଆରମ୍ଭ କରିଛନ୍ତି ସୁପରଷ୍ଟାର୍ ଅନୁଭବ ମହାନ୍ତି। ଦ୍ଵିତୀୟ ବିବାହ ପରେ ଅନେକ ଭଲପାଇବା ସହ ଦର୍ଶକଙ୍କ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି ଅନୁଭବ। ଅନେକ ଏହି ବିବାହକୁ ଗ୍ରହଣ କରିଥିବା ବେଳେ ଅନେକ ବର୍ଷାଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *