18 Oct 2026, Sun

ବର୍ଷ ଆରମ୍ଭରୁ ଟିମ୍ ଇଣ୍ଡିଆକୁ ଘାରିଲା ପରାଜୟ ଝଡ । ଟିମ୍ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ । କାରଣ ନ୍ୟୁଜିଲାଣ୍ଡ ୩୭ ବର୍ଷ ପରେ ଭାରତରେ ପ୍ରଥମ ଥର ପାଇଁ ଦିନିକିଆ ସିରିଜ କବଜା କରିଛି । ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ରୋହିତ ଶର୍ମାଙ୍କ ଖରାପ ଫର୍ମକୁ ନେଇ ସବୁଠି ଚର୍ଚ୍ଚା। ରବିବାର ସିରିଜ ନିର୍ଣ୍ଣାୟକ ମ୍ୟାଚରେ ମଧ୍ୟ ରୋହିତ ବଡ଼ ଇନିଂସ ଖେଳିପାରି ନ ଥିଲେ । ସମଗ୍ର ସିରିଜରେ ତାଙ୍କ ବ୍ୟାଟ୍ ନୀରବ ଥିଲା ।

ପ୍ରଥମ ଦୁଇଟି ମ୍ୟାଚରେ ୨୬ ଏବଂ ୨୧ ରନ କରିବା ପରେ, ସେ ତୃତୀୟ ମ୍ୟାଚରେ ମାତ୍ର ୧୧ ରନ କରି ପାଭିଲିଅନ ଫେରିଥିଲେ। ତେଣୁ, ରୋହିତ ଶର୍ମା ପାଞ୍ଚ ମାସର ଲମ୍ବା ODI ବିରତି ପୂର୍ବରୁ ଅର୍ଦ୍ଧଶତକ ହାସଲ ନ କରି ଫର୍ମାଟରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ଆଉ ହିଟମ୍ୟାନଙ୍କ ଅବସର ବିଷୟରେ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା । ଅନେକ ୟୁଜର୍ସ ଲେଖୁଛନ୍ତି ଯେ ଏହା ରୋହିତ ଶର୍ମାଙ୍କ ଶେଷ ODI ହୋଇପାରେ । ସେ ଏହି ଫର୍ମାଟରୁ ମଧ୍ୟ ଅବସର ନେଇପାରନ୍ତି।

ସୂଚନା ଥାଉକି, କାଇଲ୍ ଜାମିସନଙ୍କୁ ଏକ ଚମତ୍କାର କଭର ଡ୍ରାଇଭ୍ ଦେଇ ରୋହିତ ଆରମ୍ଭ କରିଥିଲେ ଚତ୍ମକାର ଇନିଂସ । କିନ୍ତୁ ଜାମିସନ୍ ତାଙ୍କ ଲାଇନ୍ ପରିବର୍ତ୍ତନ କରି ବାହାରେ ବୋଲିଂ କରିବା ଷ୍ଟପ କରିଦେଲେ । ଫଳରେ ରୋହିତ ସ୍କୋର କରିବାକୁ ସଂଘର୍ଷ କଲେ ଓ ତାଙ୍କ ଲୟ ହରାଇ ବସିଲେ। ରବିବାର ଠାରୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ରୋହିତ ଶର୍ମା କ・ଣ ଅବସର ନେବେ? କାରଣ ଟେଷ୍ଟ ଏବଂ ଟି-୨୦ରେ ଏମିତି ହଠାତ ଅବସର ଗ୍ରହଣ କରିଥିଲେ। ଅନେକ ପ୍ରଶଂସକ ପ୍ରଶ୍ନ କରୁଛନ୍ତି ଯେ ଏହା ରୋହିତ ଶର୍ମାଙ୍କ ଶେଷ ଦିନିକିଆ ମ୍ୟାଚ୍ କି? ଅନ୍ୟପକ୍ଷେ ଆମେ ଯଦି ଦେଖିବା ବିରାଟ କୋହଲି ଜଣେ ଏମିତି ଖେଳାଳି ଆପଣ ତାଙ୍କୁ ସବୁବେଳେ ଭରସା କରିପାରିବେ। ସେଥିପାଇଁ ତାଙ୍କୁ ଭାରତର ସଙ୍କଟମୋଚକ କୁହାଯାଏ ।

ବର୍ତ୍ତମାନ ରୋହିତ କେବଳ ଗୋଟିଏ ଫର୍ମାଟ୍ ଖେଳୁଥିବାରୁ, ତାଙ୍କ ଫିଟନେସ୍ ଓ ୨୦୨୭ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବା ପାଇଁ ତାଙ୍କ ଆଗ୍ରହ ଉପରେ ପ୍ରଶ୍ନ ଉଠାଯାଉଛି। ତଥାପି, ସିରିଜ୍ ପରେ, ଅଧିନାୟକ ଶୁଭମନ ଗିଲ୍ ରୋହିତ ଶର୍ମାଙ୍କୁ ସମର୍ଥନ କରିଥିଲେ । ସେ କହିଥିଲେ ଯେ ସମସ୍ତେ ଜାଣନ୍ତି ଯେ ସେ କେତେ ଅଭିଜ୍ଞ । କୌଣସି ଖେଳାଳି ପ୍ରତ୍ୟେକ ମ୍ୟାଚ୍ ରେ ରନ୍ କରିପାରିବେ ନାହିଁ। ସେ ଭଲ ଫର୍ମରେ ଅଛନ୍ତି, କିନ୍ତୁ ସେ ତାଙ୍କ ଇନିଂସକୁ ପରିବର୍ତ୍ତନ କରିପାରି ନାହାନ୍ତି। କିନ୍ତୁ ସେ ଶୀଘ୍ର ଫର୍ମକୁ ଫେରିବେ। ଭାରତର ପରବର୍ତ୍ତୀ ଦିନିକିଆ ଗସ୍ତ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ହେବ। ଆଶା କରାଯାଉଛି ଯେ ରୋହିତ ଶର୍ମା ଏବଂ ବିରାଟ କୋହଲି ପୁଣି ଥରେ ଭାରତୀୟ ଦଳ ପାଇଁ ଖେଳିବେ।

Leave a Reply

Your email address will not be published. Required fields are marked *