ପ୍ରତିଦିନ ନିଜକୁ କେତେ ଥର ଭାଙ୍ଗି କେତେ ଥରେ ଗଢ଼େ ହିସାବ ନାହିଁ । କେହି ମନେ ରଖିଛନ୍ତି ନାହିଁ ଯେ, ସେ ବି ମଣିଷଟିଏ, ସେ ସ୍ନେହ ଦିଏ । ପ୍ରତିବଦଳରେ ସେ ବି ଭଲ ପାଇବା ବି ଖୋଜିଥାଏ । ତାର ବି କାନ୍ଦିବାର ଅଧିକାର ଅଛି। ଭାବନାର ସ୍ୱାଧୀନତା ତାର ବି ଅଛି । ତା କଥା ବି ଶୁଣିବା ସମାଜର ଦାୟିତ୍ୱ । କାରଣ ସେ ବି ବେଳେବେଳେ ଦୁର୍ବଳ ହୋଇଯାଏ । ତାକୁ ସାହାର ଦରକାର ହୁଏ। ତାକୁ ଭୟ ଲାଗେ, ତା ଆଖିରୁ ବି ଲୁହ ଝରେ, ତା ମନକୁ ବି କଷ୍ଟ ହୁଏ, ଦାୟିତ୍ୱ ବୋଝ ଭିତରେ ପୁରୁଷର ଖୁସି କେବେ ମଉଳି ନଯାଉ ।
ଏ ପୁରୁଷ ଦିବସର ସାର୍ଥକତା ସେବେ ପୂରଣ ହେବ ଯେବେ ଏ ସମାଜରେ ପ୍ରତ୍ୟେକ ପୁରୁଷ କେବଳ ପୁରୁଷ ନୁହେଁ ବରଂ ହୃଦୟ ଥିବା ମଣିଷ ଭଳି ଜୀବନ ବିତାଇବେ। କିନ୍ତୁ ତାକୁପିଲାଟି ଦିନରୁ ଶିଖାଇ ଦିଆଯାଏ। ପୁଅ ପିଲାଟା ପରା କାନ୍ଦୁଛୁ କ ‘ଣ… ଛି… ପୁଅ ପିଲାମାନେ କାନ୍ଦନ୍ତିନି । ବଡ଼ ହେଲେ ଆମକୁ ସମ୍ଭାଳିବୁ, ବାସ୍ ସେହିଦିନଠାରୁ ହିଁ ଦାୟିତ୍ୱବାନ ହୋଇଯାଆନ୍ତି ପୁରୁଷମାନେ । ବିନା କୌଣସି ଅଭିଯୋଗରେ ଦାୟିତ୍ୱର ବୋଝ କାନ୍ଧେଇ ନିଏ ପୁରୁଷଟିଏ ।
ସେ ଜଣେ ବାପା, ଜଣେ ପୁଅ, ଜଣେ ଭାଇ ଓ ଜଣେ ସ୍ୱାମୀ ହୋଇ ସବୁ ସହିଯାଏ। ତାକୁ ସାହାର ଦରକାର ହୁଏ। ତାକୁ ଭୟ ଲାଗେ। ତା ଆଖିରୁ ବି ଲୁହ ଝରେ। ତା ମନକୁ ବି କଷ୍ଟ ହୁଏ । ଦାୟିତ୍ୱ ବୋଝ ଭିତରେ ପୁରୁଷର ଖୁସି କେବେ ମଉଳି ନଯାଉ । ଏ ପୁରୁଷ ଦିବସର ସାର୍ଥକତା ସେବେ ପୂରଣ ହେବ ଯେବେ ଏ ସମାଜରେ ପ୍ରତ୍ୟେକ ପୁରୁଷ କେବଳ ପୁରୁଷ ନୁହେଁ ବରଂ ହୃଦୟ ଥିବା ମଣିଷ ଭଳି ଜୀବନ ବିତାଇବେ। ତେବେ ଆଜି ଅନ୍ତର୍ଜାତୀୟ ପୁରୁଷ ଦିବସରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା।

