17 Oct 2026, Sat

ବିଶ୍ଵରେ ଅଧିକାଂଶ ଲୋକ ଡିପ୍ରେସନ୍‌ର ଶିକାର!

ଶାନ୍ତ ରହୁନି ମନ, ବିଚଳିତ ମସ୍ତିଷ୍କ । ଚାପ, ବିଶାଦ ଭିତରେ ଛନ୍ଦି ହେଉଛି ମଣିଷ । ଦୁନିଆରେ ମାନସିକ ଅବସାଦ ତଥା ଡିପ୍ରେସନ୍‌ର ଶିକାର ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ଵରେ ପ୍ରାୟ ୩୩୦ କୋଟି ଲୋକ ଡିପ୍ରେସନ୍‌ର ଶିକାର ବୋଲି ଜଣାପଡ଼ିଛି ।

କିନ୍ତୁ କାହିଁକି ଲୋକେ ମାନସିକ ଅବସାଦର ଶିକାର ହେଉଛନ୍ତି ?

ଏଥିପାଇଁ କୌଣସି ଗୋଟିଏ ପ୍ରମୁଖ କାରଣ ଦାୟୀ ନୁହେଁ ବରଂ ସାମାଜିକ, ମାନସିକ, ଜୈବିକ ବା କୌଣସି ଜଟିଳ ପାରସ୍ପରିକ କ୍ରିୟାରୁ ଏହା ସୃଷ୍ଟି ହୋଇପାରେ । ସାଧାରଣତଃ ବେକାରୀ, ବିପଜ୍ଜନକ ସ୍ଥିତି ଦେଇ ଗତି କରୁଥିବା ଲୋକ ଡିପ୍ରେସନରେ ପଡ଼ିବାର ଆଶଙ୍କା ଅଧିକ । ଏହା ପ୍ରଭାବିତ ବ୍ୟକ୍ତିର ଜୀବନ ଚକ୍ର ସହ ସ୍ଵାସ୍ଥ୍ୟକୁ ଆହୁରି ଖରାପ କରିଦିଏ ।

ମାନସିକ ଅବସାଦର କାରଣ:-

ଜୈବିକ କାରଣ- ଡିପ୍ରେସନ ଆମର ଶାରିରୀକ ସ୍ଵାସ୍ଥ୍ୟ ସହିତ ଘନିଷ୍ଠ ଭାବରେ ଜଡ଼ିତ । ଆମକୁ ଏଥିରେ ପ୍ରଭାବିତ କରୁଥିବା ଅନେକ କାରଣ ରହିଛି । ସେଥିମଧ୍ୟରୁ ଦିନ ସାରା ଶୋଇ ରହିବା, ଚଳ ପ୍ରଚଳ ନ କରିବା, ପ୍ରଚୁର ମଦ୍ୟ ପାନ ଦ୍ଵାରା ହୃଦ୍ରୋଗ, କର୍କଟ, ଶ୍ଵାସରୋଗର ଭଳି ରୋଗ ହେବାର ଆଶଙ୍କା ଥାଏ । ଡିପ୍ରେସନ୍ ଏକ ପ୍ରକାର ଜେନେଟିକ୍ ରୋଗ । ସାଧାରଣତଃ ବିବାହ, ଶିକ୍ଷା, ପାରିବାରିକ ଚିନ୍ତାକୁ ନେଇ ସୃଷ୍ଟି ହୋଇଥାଏ ମାନିସକ ଅବସାଦ । ଏଥିସହ ହରମୋନ ସନ୍ତୁଳନରେ ପରିବର୍ତ୍ତନ ହେବା ଦ୍ଵାରା ଗର୍ଭାବସ୍ଥା, ପ୍ରସବ ପରେ ଓ ଋତୁସ୍ରାବ ସମୟରେ ଥାଇରଏଡ୍ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଛୋଟଥିବା ଅବସ୍ଥାରେ ଶାରିରୀକ କିମ୍ବା ମାନସିକ ନିର୍ଯାତନା ଓ ଅବହେଳା ମସ୍ତିଷ୍କ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇ ପରବର୍ତ୍ତୀ ଜୀବନରେ ଡିପ୍ରେସନର ସମସ୍ୟାକୁ ବୃଦ୍ଧି କରିଥାଏ ।

ମାନସିକ କାରଣ- ଆତ୍ମସମ୍ମାନ, ଆତ୍ମସମାଲୋଚନା, ହତାସବାଦୀ ଦୃଷ୍ଟିକୋଣ ଜଣେ ଲୋକର ଡିପ୍ରେସନକୁ ବୃଦ୍ଧି କରିଥାଏ । ଯେଉଁ ବ୍ୟକ୍ତି ମାନେ ନକାରାତ୍ମକ ଘଟଣା ପାଇଁ ନିଜକୁ ଦୋଷୀ ଭାବନ୍ତି । ସେହି ବିଷୟରେ ଅଧିକ ଚିନ୍ତା କରନ୍ତି । ସେମାନେ ଡିପ୍ରେସନ୍‌ରେ ପଡ଼ିବାର ସମ୍ଭାବନା ଅଧିକ ଥାଏ ।

ସାମାଜିକ କାରଣ- ଆଧୁନିକ ଜୀବନରେ ବର୍ଦ୍ଧିତ ଚାପ ଏବଂ ଏକାକୀ ସମୟ ବିତାଇବା ଡିପ୍ରେସନର ମାତ୍ରା ବୃଦ୍ଧି କରିଛି । ପରସ୍ପର ସହିତ ସମ୍ପର୍କ ନ ରଖିବା, ସୁଖ ଦୁଃଖରେ ସହଭାଗୀ ନ ହେବା ଯୋଗୁଁ ସମ୍ପର୍କ ବିଗିଡ଼ିବା ସହ ଲୋକଙ୍କ ମଧ୍ୟରେ ଏକୁଟିଆପଣ ମାନସିକ ଅବସାଦର କାରଣ । ଏହା ସହିତ ବର୍ଦ୍ଧିତ ପ୍ରତିଯୋଗିତା, ଅଧିକ କାର୍ଯ୍ୟ ଚାପ, ଚାକିରି ସଂକଟ ଆଦି ଅବସାଦ ହାରକୁ ବୃଦ୍ଧି କରିଛି । ଚାପ ଓ ଚିନ୍ତାଗ୍ରସ୍ତ ଜୀବନରେ ମାନସିକ ଅବସାଦର ମୁଖ୍ୟ କାରଣ ହେଉଛି- ପ୍ରିୟଜନଙ୍କ ମୃତ୍ୟୁ, ଛାଡ଼ପତ୍ର, ଆର୍ଥିକ ସ୍ଥିତି । ଏସବୁ ଆମର ମାନସିକ ସ୍ଥିତିକୁ ଆଘାତ ପହଞ୍ଚାଇ ଥାଏ । କୋଭିଡ୍-୧୯ ପରଠାରୁ ୨୫ ପ୍ରତିଶତରୁ ଅଧିକ ଲୋକ ଡର, ଭୟ, ଆର୍ଥିକ ଅସ୍ଥିରତାରୁ ମାନସିକ ଅବସାଦର ଶିକାର ହୋଇଥିବା ଜଣାପଡ଼ିଛି ।

ଡିପ୍ରେସନ୍‌ରୁ କେମିତି ମୁକୁଳିବେ ?
ତେବେ ମାନସିକ ଅବସାଦର ଶିକାର ହେଲେ ଆପଣ ବିଚଳିତ ହୁଅନ୍ତୁ ନାହିଁ । ବରଂ ପରିବାର ଲୋକଙ୍କ ସହ ଆଲୋଚନା କରନ୍ତୁ । ଆପଣ ପସନ୍ଦ କରୁଥିବା ନିର୍ଜନ ସ୍ଥାନକୁ ଆପଣଙ୍କ ସାଥୀଙ୍କ ସହ ଯାଆନ୍ତୁ । ଆବଶ୍ୟକ ସ୍ଥଳେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ଆଲୋଚନା କରନ୍ତୁ ।

Leave a Reply

Your email address will not be published. Required fields are marked *